Jai Odisha
News

ଆଜି ଉଜବେକିସ୍ତାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୫/୦୯:  ଆଜି ଉଜବେକିସ୍ତାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଜବେକିସ୍ତାନର ସମରକନ୍ଦରେ ଚଳିତ ମାସ ୧୪ ତାରିଖ ଠାରୁ ତିନିଦିନିଆ ସାଂଘାଇ କୋପରେଶସ ଅର୍ଗାନାଇଜେଶନ (ଏସ୍‌ସିଓ) ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେଇଛନ୍ତି । ଏସ୍‌ସିଓର ପୂର୍ବବର୍ତ୍ତୀ ୨ଟି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା । କରୋନା କାରଣରୁ ସତର୍କତାର ସହିତ ବୈଠକର ଆୟୋଜନ କରିବାକୁ ପଡୁଥିଲା । ଏହା ପୂର୍ବରୁ ୨୦୧୯ରେ କିର୍ଗିସ୍ତାନର ବିଶକେକ୍‌ରେ ୮ଟି ଦେଶର ନେତା ଏକତ୍ର ହୋଇଥିଲେ । ୨୦୨୦ରେ ଏହି ବୈଠକ ମସ୍କୋରେ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା । ସେହିପରି ୨୦୨୧ରେ ଦୁଶାଂବେର ଆୟୋଜନରେ ହାଇବ୍ରିଡ ଜରିଆରେ ଆୟୋଜନ କରାଯାଇଥିଲା ।  ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ୨ ଦଶନ୍ଧି ଧରି ଏସ୍.ସି.ଓ.ର ବିଭିନ୍ନ କାର୍ଯ୍ୟଧାରା ତଥା ଭବିଷ୍ୟତରେ ବହୁବିଧ ସହଯୋଗର ସମ୍ଭାବନା ସମ୍ପର୍କରେ ସମୀକ୍ଷା କରାଯିବ । ଇର୍ଷ ୨୦୦୧ରେ ମୋଟ ୮ ସଦସ୍ୟ ଏସସିଓ ବୈଠକରେ ଉପସ୍ଥିତ ଥିଲେ । ଏଥିରେ ଚୀନ, କାଜିକସ୍ତାନ, କିର୍ଗିସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ଥିଲେ । ଭାରତ ଓ ପାକିସ୍ତାନ ୨୦୧୭ରେ ପୂର୍ଣ୍ଣ ସଦସ୍ୟତା ହାସଲ କରିଥିଲେ । ୨୦୧୯ରେ କିର୍ଗିସ୍ତାନରେ ଏହି ସମ୍ମିଳନୀ ହୋଇଥିଲା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ ତାରିଖରେ ଏସ୍‌ସିଓ ବୈଠକ ପାଇଁ ଉଜବେକିସ୍ତାନ ପହଂଚିବେ । ଏହି ଅବସରରେ ସେ ରୁଷିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ରୁଷିଆ, ଉଜବେକିସ୍ତାନ ଓ ଇରାନ ସହିତ ମୋଦୀ ଦ୍ୱିପାକ୍ଷୀକ ଆଲୋଚନା କରିବେ ଏବଂ ଶୁକ୍ରବାର ରାତିରେ ସେ ଭାରତ ଫେରିଆସିବେ ।   ଏହାଛଡ଼ା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଞ୍ଚଳିକ ଓ ବିଶ୍ବସ୍ଥରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷୀକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.