Jai Odisha
News

ଆଜି ଉତ୍ତର ପ୍ରଦେଶନିର୍ବାଚନ, ପ୍ରଥମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ, ୧୦|୦୨:  ଆଜି ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । କରୋନା କାରଣରୁ ନିର୍ବାଚନ ଆୟୋଗ ମତଦାନର ସମୟ ୧ ଘଣ୍ଟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପର୍ଯାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ହେବ । ଏଥିରୁ ୧୨ଟି ଆସନ ସମ୍ବେଦନଶୀଳ ରହିଛି । ଏଗୁଡ଼ିକ ହେଲା ଖୈରାଗଡ଼, ଫତେହାବାଦ, ଆଗ୍ରା (ଦକ୍ଷିଣ), ବାହ, ଛାତା, ସରଘନା, ମେରଠ ସହର, ଛପରୌଲି, ବଡୌତ, ବାଗପତ ଓ କୈରାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ୫୫୩୫ଟି ପୋଲିଂ ସେଣ୍ଟରକୁ ସମ୍ବେଦନଶୀଳ ତାଲିକାରେ ରଖାଯାଇଛି । ମତଦାନ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ୭୯୬ କଂପାନୀକୁ ମୁତୟନ କରାଯାଇଛି । ୭୨୪ କଂପାନୀ ବୁଥରେ ମୁତୟନ ରହିବେ । ୧୫ କଂପାନୀ ଷ୍ଟ୍ରଙ୍ଗ ରୁମରେ ରହିବେ । ସେହିପରି ୫ଟି କଂପାନୀ ଇଭିଏମ ସୁରକ୍ଷା, ୬୬ କଂପାନୀ ଆଇନ କାନୁନ ପାଇଁ ମୁତୟନ ରହିବେ । ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ପିଏସିର ୨୭ କଂପାନୀ ପ୍ରଥମ ପର୍ଯ୍ୟାୟ ପାଇଁ ମୁତୟନ କରାଯିବେ । ପୋଲିସର ୯୪୬୪ ଇନ୍ସପେକ୍ଟର ଓ ଏଏସ୍‌ଆଇ ରେଙ୍କ ଅଧିକାରୀ, ୫୯ ହଜାର ୩୦ ଜଣ କନଷ୍ଟେବଳ, ୪୮ ହଜାର ୧୩୬ ହୋମଗାର୍ଡ, ୫୦୫ ପିଆରଡି ଯବାନ ଓ ୬୦୬୧ ଗାଁର ଚୌକିଦାର ପ୍ରଥମ ପର୍ଯ୍ୟାୟର ମତଦାନରେ ନିୟୋଜିତ ରହିବେ ।

 

Leave A Reply

Your email address will not be published.