Jai Odisha
News

ଆଜି ଉଦ୍ଧାର ହେଲେ : କାର୍ ସହ ୨ ମୃତ ଦେହ

ସମ୍ବଲପୁର ,୨୧/୦୮ : ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା କାରଣରୁ  ଦୁର୍ଘଟଣା ସାମ୍ନାକୁ ଆସୁଛି । ତେବେ ଗତକାଲି ରାତିରେ ନାଳରେ କାର ସହ ଭାସିଯାଇଥିଲେ ୨ ବ୍ୟକ୍ତି । ବର୍ତ୍ତମାନ ଯାହାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସମ୍ବଲପୁର କୁଚିଣ୍ଡାରେ ଘଟିଲା ଅଘଟଣ । ନକଟିପାଲି ନାଳରେ ଭାସି ଯାଇ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ନକଟିପାଲ ନାଳରେ ୨ରୁ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ନାଳ ପାର ହେଉଥିବା ବେଳେ କାର ସହ ୨ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା । ଆଜି ପୁଣି ଖୋଜାଖୋଜି ପରେ ନାଳର ୩୦ ଫୁଟ ଦୂରରୁ କାରକୁ ଉଦ୍ଧାର କରାଯାଇଥିଲା । ତା ଭିତରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମ୍ପର୍କରେ ଶଳା, ଭିଣୋଇ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.