Jai Odisha
News

ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଭୁବନେଶ୍ୱର,୨୮ା୪: ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦ ମିନିଟ୍‌ ରହିବା ପରେ ୯.୫୦ରେ ଭଦ୍ରକରୁ ଛାଡ଼ିଥିଲା। ଏହି ବନ୍ଦେ ଭାରତ ଟ୍ରେନ୍‌ରେ ୧୬ଟି ବଗି ସଂଯୋଗ କରାଯାଇଥିଲା। ଖଡଗପୁର ଏଡିଆର୍‌ଏମ୍‌ ଗିରିଶ କୁମାରଙ୍କ ନେତୃତ୍ୱରେ ଏହି ଟ୍ରେନ ଆସିଥିଲା । ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେଶନ ମ୍ୟାନେଜର ସୁବାସ ଚନ୍ଦ୍ର ସାହୁଙ୍କ ସମେତ ରେଲଓ୍ବେ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟ୍ରେନ୍‌କୁ ସାଗତ କରିଥିଲେ। ପୂର୍ବ ନିର୍ଦ୍ଧାରୀତ ସୂଚୀ ଅନୁୟାୟୀ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଆଜି ଅପରାହ୍ନ ଗୋଟାଏ ୫୦ ମିନିଟ୍‍ ସମୟରେ ପୁରୀରୁ ହାଓଡା ଅଭିମୁଖେ ଯାତ୍ରା କରିଛି ।   ଆସିବା ବେଳେ ଟ୍ରେନ୍‍ଟି ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ୍‍ ଲେଖାଏଁ ରହଣୀ ରହିଥିଲା ।ସେହିପରି ପୁରୀରୁ ହାଓଡା ଅଭିମୁଖେ ଯାଉଥିବା ଟ୍ରେନଟି ରାତି ସାଢେ ୮ଟାରେ ହାଓଡାରେ ପହଞ୍ôଚବ । ଘଣ୍ଟାକୁ ୧୩୦ କି.ମି ବେଗରେ ଗତି କରିବାର କ୍ଷମତା ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଏହା ଦ୍ୱାରା ଆରାମଦାୟକ ଯାତ୍ରା ସହ କମ୍‍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ôଚ ପାରିବେ । ଟ୍ରେନଟି ନିୟମିତ ଭାବେ ଚାଲିବା ପୂର୍ବରୁ ତିନୋଟି ଟ୍ରାଏଲ୍‍ ରନ୍‍ କରାଯିବ ଯାହାକି ଆଜିଟାରୁ ଆରମ୍ଭ ହୋଇଛି । ତେବେ ନିୟମିତ ଭାବେ ଏହା କେବେଠାରୁ ଚଳାଚଳ କରିବା ସେନେଇ ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ । ଟ୍ରେନଟିକୁ ଦେଖିବା ପାଇଁ ପୁରୀ ରେଳ ଷ୍ଟେସନ୍‍ରେ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.