Jai Odisha
News

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ BJP ନେତା ଶିବରାଜ ସିଂ ଚୌହାନ

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ BJP ନେତା ଶିବରାଜ ସିଂ ଚୌହାନ। କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ।ଶିବରାଜ ସିଂ ଚୌହାନ ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ତେବେ ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ। ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ BJP ଯେପରି ଡବଲ ଇଞ୍ଜିନ୍ ସରକାର ଗଢ଼ିବ, ସୋମବାର ରାଜ୍ୟ ପଦାଧିକାରୀ ବୈଠକରେ ଏହି ମିଶନକୁ ସଫଳ କରିବାକୁ ପର୍ଯ୍ୟାଲୋଚନା ହୋଇଥିବା ବେଳେ ଗାଁକୁ ଚାଲ ଓ ବୁଥ୍ ସମ୍ପର୍କ ଅଭିଯାନ ତଥା ଶକ୍ତି ବନ୍ଧ ବନ୍ଦନର ସମୀକ୍ଷା କରିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର।କେନ୍ଦ୍ରୀୟ ନେତାଙ୍କ ଗସ୍ତର କାର୍ଯ୍ୟସୂଚୀ ନିର୍ବାଚନ ପୂର୍ବରୁ କିପରି ରହିବ ଏବଂ ତୃଣମୂଳ ସ୍ତରର ସ୍ଥିତି କେମିତି ରହିଛି ସେନେଇ ସମୀକ୍ଷା କରିଛନ୍ତି । ମୋଦୀ ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଦଳ ୨୦୨୪ ନିର୍ବାଚନ ପାଇଁ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟ୍ ନେତାଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.