Jai Odisha
News

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ

ଭୁବନେଶ୍ୱର ୧୦/୧୧ :ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ଏହି ଅବସରରେ ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ। ମାଣ୍ଡିଆର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଆୟୋଜନ ହେବ ଅନେକ କାର୍ଯ୍ୟକ୍ରମ ।  ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ସହ ଫୁଡ୍ ଫେଷ୍ଟିଭାଲ ଓ ପ୍ରଦର୍ଶନୀ ଆୟୋଜନ କରାଯିବ । ରାଜଧନୀର କୃଷି ଭବନରେ ମାଣ୍ଡିଆ ଦିବସରେ ଆୟୋଜନ ହେବ ସ୍ଵତନ୍ତ୍ର ପ୍ରଦର୍ଶନୀ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲା ପରି ଜିଲ୍ଲାରେ ଅପପୃଷ୍ଟିର କରୁଣ ଚିତ୍ର ଦେଖିବାକୁ ମିଳେ । ତେଣୁ ମାଣ୍ଡିଆ ପରି ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନେଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।  ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ମିଲେଟର ବ୍ୟବହାର ଓ ଉତ୍ପାଦନ ବୃଦ୍ଧି ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି   ସରକାର । ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲା ପରି ଜିଲ୍ଲାରେ ଅପପୃଷ୍ଟିର କରୁଣ ଚିତ୍ର ଦେଖିବାକୁ ମିଳେ । ତେଣୁ ମାଣ୍ଡିଆ ପରି ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନେଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ସେହିପରି ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ମିଲେଟର ବ୍ୟବହାର ଓ ଉତ୍ପାଦନ ବୃଦ୍ଧି ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ମେଦି ସରକାର । ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନ୍ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅପିଲ କରିଥିଲେ । ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ମାସେବ୍ୟାପୀ ସମଗ୍ର ଦେଶରେ ପାଳନ ହୋଇଥିଲା ପୋଷଣ ମାସ । ସେହିପରି ଭାରତ ସରକାରଙ୍କ ପ୍ରସ୍ତାଵ କ୍ରମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ ପାଇଁ ଘୋଷଣା କରିଛି ମିଳିତ ଜାତିସଂଘ।

 

Leave A Reply

Your email address will not be published.