Jai Odisha
News

ଆଜି କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ବର,୧୦।୨: ଆଜି ‘ହାତ’ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ। ତାଙ୍କ ସହ ଆଉ କିଛି ଯୁବ ନେତା ବି ଦଳରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି।ଆଜି କଂଗ୍ରେସରେ ଯୋଗ ଦେବେ  ଓଡିଶାର ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ।  ବିଜୟ ପଟ୍ଟନାୟକ ୧୯୭୬ କ୍ୟାଡର ଆଇଏଏସ୍ ଅଧିକାରୀ। 2004 ରୁ 2010 ପର୍ଯ୍ୟନ୍ତ ସିଏମ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ପ୍ରିନ୍ସପାଲ ସେକ୍ରେଟାରୀ  ଥିଲେ। ସେ ସେପ୍ଟେମ୍ବର 2010 ରୁ 2013 ପର୍ଯ୍ୟନ୍ତ ଓଡିଶାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗଗେ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଉପସ୍ଥିତ ରେ କଂଗ୍ରେସ ରେ ଯୋଗ ଦେବେ। ତେବେ ଆଜି ଅପରାହ୍ନ ୪ଟା ୩୦ ରେ   କଂଗ୍ରେସରେ ଯୋଗ ଦେବେ ବିଜୟ ପଟ୍ଟନାୟକ

Leave A Reply

Your email address will not be published.