Jai Odisha
News

ଆଜି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ,୨୬।୭: ଆଜି ହେଉଛି ସେହି କାର୍ଗିଲ ଯୁଦ୍ଧର  ୨୪ ତମ ବିଜୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନା ମାନଙ୍କର ବୀରତ୍ୱକୁ ସମ୍ମାନ ଜଣାଇ ସେମାନଙ୍କୁ ସଲାମ ଜଣାଇଛନ୍ତି । ସେହିପରି ଦେଶର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ କରି ସେମାନଙ୍କୁ ସମ୍ମାନିତ କରିଛନ୍ତି ।୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ କରିଥିଲା। ତେଣୁ ଏହି ଦିନକୁ ଭାରତ ବିଜୟ ଉତ୍ସବ ଭାବେ ପାଳନ କରୁଛି। ୨୪ ତମ କାର୍ଗିଲ ବିଜୟ ଦିବସରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶ ପାଇଁ ଜୀବନ ଦେଇଥିବା ସୈନିକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ କରିଥିଲା। ତେଣୁ ଏହି ଦିନକୁ ଭାରତ ବିଜୟ ଉତ୍ସବ ଭାବେ ପାଳନ କରୁଛି।

 

Leave A Reply

Your email address will not be published.