Jai Odisha
News

ଆଜି କାର୍ତ୍ତିକ ପୂର୍ଣ୍ଣିମା ,ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶରେ ଦର୍ଶନ କଲେ ଭକ୍ତ

ପୁରୀ , ୦୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ।   ଧର୍ମ ମାସର ଶେଷ ଦିବସରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରିରୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଥିଲେ । ଆଜିର ଦିନରେ ଶ୍ରୀଜିଉ ମାନଙ୍କର ରାଜରାଜେଶ୍ୱର ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଶ୍ରୀକ୍ଷେତ୍ରରେ ଜମିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  ।ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି । ସେପଟେ ଆଜି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଗତକାଲି ରାତି 12ଟା ପରେ ଶ୍ରୀମନ୍ଦିର ସିଂହଦ୍ୱାର ଫିଟାଯାଇ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢିବା ବିଳମ୍ବିତ ରାତିରେ ଠାକୁରଙ୍କୁ ସୁନାବେଶରେ ସଜିତ କରାଯାଇଥିଲା ।  ଆଜି ଭୋର 5 ଟା 50 ସୁଦ୍ଧା ଭୋଗମଣ୍ଡପ ଉଠିବା ପରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।  ଗ୍ରହଣ ନୀତି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ଏନେଇ ଗତକାଲି ବିଳମ୍ବିତ ରାତ୍ରରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଓ ଗୁଆ ଆଦି ଦେଇ ଭସାଉଥିବାର ଦେଖିବାକୁ ମିଳିଥିଲା । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ  ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି ।  ରାତି 12ଟା ରେ ଦ୍ୱାର ଫିଟାଯାଇ ମଙ୍ଗଳ ଆରତୀ, ମଇଲମ, ଓ ଅନ୍ୟାନ୍ୟ ନୀତି ବଢ଼ି ଅବକାଶ ନୀତି ସମ୍ପନ୍ନ ପରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶରେ ସଜିତ ହୋଇଥିଲେ ।

Leave A Reply

Your email address will not be published.