Jai Odisha
News

ଆଜି ଖୋଲୁଛି କର୍ଣ୍ଣାଟକରେ ସମସ୍ତ ସ୍କୁଲ: ଆଖପାଖ ଅଞ୍ଚଳରେ ୧୪୪ ଧାରା

କର୍ଣ୍ଣାଟକ ୧୪/୦୨: ଆଜି ଖୋଲୁଛି କର୍ଣ୍ଣାଟକରେ ସମସ୍ତ ସ୍କୁଲ  । ତେଣୁ ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସକାଳ ୬ଟାରୁ ଫେବୃୟାରୀ ୧୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ଏହି କଟକଣା ବଳବତ୍ତର ରହିବ । ଏହି ସମୟରେ ସ୍କୁଲ ପରିସରରେ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ଏହାସହ କୌଣସି ପ୍ରକାର ବିକ୍ଷୋଭ, ରାଲି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହାଛଡା ସ୍କୁଲ କ୍ୟାମ୍ପସରେ ନାରାବାଜି, ଗୀତ ଗାଇବା, ଭାଷଣ ଦେବା ଉପରେ କଡା କଟକଣା ଜାରି କରିଛି ଉଡୁପି ପ୍ରଶାସନ । ରାଜ୍ୟରେ ବୁର୍ଖାକୁ ନେଇ ବିବାଦ ଦେଖା ଦେବାରୁ ସ୍କୁଲଗୁଡିକ ବନ୍ଦ କରାଯାଇଥିଲା । ଅନ୍ୟପଟେ ବୁର୍ଖା ବିବାଦ ମାମଲାର ଶୁଣାଣି କରି, କର୍ଣ୍ଣାଟକ ହାଇକୋର୍ଟ ଅନ୍ତିମ ରାୟ ନ ଆସିବା ଯାଏଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପ୍ରତୀକର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ତେଣୁ ସ୍କୁଲ, କଲେଜରେ ଏଣିକି ବୁର୍ଖା କିମ୍ବା ଗୈରକ ଉତରୀୟ ଧରି ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ । ସେପଟେ ସ୍କୁଲ ଖୋଲିବାର ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସ୍କୁଲରେ ଶାନ୍ତିର ସହ ସ୍ୱାଭାବିକ ଭାବେ ପାଠ ପଢା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.