Jai Odisha
News

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ,ରାଜ୍ୟରେ ସଂଧ୍ୟା ୫ଟାରୁ ଦୃଶ୍ୟମାନ

ଭୁବନେଶ୍ୱର ୦୮/୧୧: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି  ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ।  ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରିବ । ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ଦୃଶ୍ୟମାନ ହେବ ଓ ୬ ଟା ୧୯ରେ ସର୍ବମୋକ୍ଷ ହେବ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ରହିଛି ଅନେକ ରୀତିନୀତି  । ସୂର୍ଯ୍ୟୋଦୟଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡ୍‌ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି ।ଏହା ଭାରତକୁ ଦୃଶ୍ୟମାନ ହେବ । ଉତ୍ତରପୂର୍ବ ରାଜ୍ୟ ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ ।  ଭୁବନେଶ୍ବର ଆକାଶରେ ସଂଧ୍ୟା ୫ଟା ୫ମିନିଟ୍ ରେ ଚନ୍ଦ୍ର ଉଦୟ ସହ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ସଂଧ୍ୟା ୫ଟା ୧୧ ପର୍ଯ୍ୟନ୍ତ ପୂର୍ଣ୍ଣ ଗ୍ରହଣ ଦେଖାଯିବ । ଭୁବନେଶ୍ବର ଆକାଶରେ ୫ମିନିଟ ୪୯ସେକେଣ୍ଡ ପାଇଁ ପୂର୍ଣ୍ଣ ଗ୍ରହଣ ଦେଖାଯିବ । ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟା ୧୯ ଯାଏଁ ଦେଖାଯିବ । ଆଂଶିକ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୦ ମିନିଟ୍ ପାଇଁ ଦେଖାଯିବ ।

 

Leave A Reply

Your email address will not be published.