Jai Odisha
News

ଆଜି ଛତିଶା ନିଯୋଗ ବୈଠକ ,ରବିବାରରେ ମିଳିପାରେ ଜଗା ଦର୍ଶନ

ପୁରୀ,୧୩/୦୩:ଆଜି ଛତିଶା ନିଯୋଗ ବୈଠକ ,ରବିବାରରେ ମିଳିପାରେ ଜଗା ଦର୍ଶନ| ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକ ଏଜେଣ୍ଡାରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ତା ବ୍ୟତୀତ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ଉଠାଇବା ନଉଠାଇବା ନେଇ ସେବାୟତ ନିଯୋଗ ମୁଖିଆମାନଙ୍କ ସହ ଆଲୋଚନା କରାଯିବ । ଛତିଶା ନିଯୋଗର ପରାମର୍ଶ ତଥା ସହମତି ମିଳିଲେ ରବିବାର ଦର୍ଶନ ବନ୍ଦ କଟକଣାକୁ ହୋଲି ସୁଦ୍ଧା ଉଠାଇ ନେବାକୁ ବୈଠକରେ ନିଷ୍ପତ୍ତି ହୋଇପାରେ । ବୈଠକ ଏଜେଣ୍ଡାର ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବିଷୟ ଉପରେ ଆଲୋଚନା ହେବ।

 

Leave A Reply

Your email address will not be published.