Jai Odisha
News

ଆଜି ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଭୁବନେଶ୍ୱର ,୧୫ା୫ :  ଆଜି ଦିନ ୧୦ଟାରେ ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେବେ ଦୀପାଳି ଦାସ । ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂହ । ବିଜୟ ପରେ ଗତକାଲି ଦୀପାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ଦୀପାଳି କହିଛନ୍ତି ଯେ, ଏହା ଝାରସୁଗୁଡ଼ାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଜୟ। ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି। ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ। ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜର ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବ  ବୋଲି ଦୀପାଳି କହିଛନ୍ତି।  ସୋମବାର ୧୦ଟା ୪୫ରୁ ୧୧ ମଧ୍ୟରେ ବିଧାୟିକା ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ତାଙ୍କ ପଦରୁ ଇସ୍ତଫା ଦେଇସାରିଥିବା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ଶପଥ ପାଠ କରାଇବେ।

 

Leave A Reply

Your email address will not be published.