Jai Odisha
News

ଆଜି ଝାଡ଼ଖଣ୍ଡବାସୀଙ୍କୁ ୧୬୮୦୦ କୋଟିର ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି, ୧୨/୭ : ଆଜି ଦେଶବାସୀଙ୍କୁ ଏକ ବିମାନବନ୍ଦର ଉପହାର ମିିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଓଘର ବିମାନବନ୍ଦର ଲୋକାର୍ପଣ କରିବେ ।   ଦେଓଘରରେ ପ୍ରଧାନମନ୍ତ୍ରୀ ୪ ଘଣ୍ଟାର ରହଣି କାଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାନ କରିବେ । ସେ ଏହି ସମୟ ମଧ୍ୟରେ ଦେଓଘର ବିମାନବନ୍ଦରର ଲୋକାର୍ପଣ କରିବେ ।  ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଓଘର ଗସ୍ତରେ ରାଞ୍ଚି ରେଳ ଷ୍ଟେସନ ପ୍ରକଳ୍ପ, ଦେଓଘର ଏମ୍‌ସ ମଧ୍ୟ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ସେ ଅପରାହ୍ନରେ ଝାଡ଼ଖଣ୍ଡର ଦେଓଘର ପହଞ୍ଚିବେ । ଦେଓଘରରେ ୧୬ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଓଘରରେ ରୋଡ ଶୋ’ ପରେ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ସେହିପରି ସେ ଆଜି ବାବା ବୈଦ୍ୟନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ଝାଡ଼ଖଣ୍ଡ ଗସ୍ତ ପରେ ସେ ଆଜି ସନ୍ଧ୍ୟାରେ ବିହାର ରାଜଧାନୀ ପାଟଣା ଅଭିମୁଖେ ବାହାରିବେ ।

Leave A Reply

Your email address will not be published.