Jai Odisha
News

ଆଜି ଠାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା

ନୂଆଦିଲ୍ଲୀ,,୨ା୧ :   ଆଜିଠାରୁ ଘରୋଇ ଭାରତ ବିପକ୍ଷରେ ଶ୍ରୀଲଙ୍କା ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ । ଏହି ଶୃଙ୍ଖଳା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ଟି-୨୦ ଶୃଙ୍ଖଳା ଓ ମ୍ୟାଚ୍‌ର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ଦୁଇ ପଡ଼ୋଶୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋଟ ୯ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଛି । ଏଥିରୁ ଭାରତ ୭ଟି ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ଗୋଟିଏ ଜିତିଛି ଏବଂ ଗୋଟିଏ ଡ୍ର ରହିଛି । ୨୦୨୧ରେ ଶିଖର ଧାୱନ ନେତୃତ୍ବାଧୀନ ଭାରତୀୟ ଦଳକୁ ହରାଇ ଶ୍ରୀଲଙ୍କା ଏକମାତ୍ର ଶୃଙ୍ଖଳା ବିଜୟ ହାସଲ କରିଥିଲା। ଗତବର୍ଷ ଭାରତରେ ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛି ନେଇଥିଲା। ଆସନ୍ତା ଶୃଙ୍ଖଳାରେ ସମାନ ଫଳାଫଳ ହେଲେ ଚକିତ ହେବାର କିଛି ନାହିଁ।
୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋଟ ୨୬ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୧୭ଟି ମ୍ୟାଚ୍‌ ଜିତିଥିବା ବେଳେ ଶ୍ରୀଲଙ୍କା ୮ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଛି। ଗତବର୍ଷ ଏସିଆ କପ୍‌ ଟି୨୦ରେ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏହି ରୋମାଞ୍ଚକର ମ୍ୟାଚ୍‌କୁ ଶ୍ରୀଲଙ୍କା ୬ ୱିକେଟରେ ଜିତିଥିଲା। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ୧୪ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୧୧ଟି ମ୍ୟାଚ୍‌ ଜିତିଥିବା ବେଳେ ଶ୍ରୀଲଙ୍କା ୨ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଛି। ଭାରତ ମାଟିରେ ପ୍ରଥମ ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିଥିବା ବେଳେ ୨୦୧୬ ପରଠାରୁ ଅଦ୍ୟାବଧି ଘରୋଇ ଭାରତ ବିପକ୍ଷରେ ଗୋଟିଏ ମଧ୍ୟ ମ୍ୟାଚ୍‌ ଶ୍ରୀଲଙ୍କା ଜିତି ପାରିନାହିଁ। ଶ୍ରୀଲଙ୍କାରେ ଉଭୟ ଦଳଙ୍କ ମଧ୍ୟରେ ୮ଟି ଟ୍ବେଣ୍ଟି୨୦ ଖେଳା ଯାଇଥିବା ବେଳେ ଭାରତ ୫ଟି ଓ ଶ୍ରୀଲଙ୍କା ୩ଟି ମ୍ୟାଚ୍‌ ଜିତିଛନ୍ତି। ନିରପେକ୍ଷ ସ୍ଥାନରେ କିନ୍ତୁ ଶ୍ରୀଲଙ୍କାର ରେକର୍ଡ ବହୁତ ଭଲ। ଉଭୟ ଦଳଙ୍କ ମଧ୍ୟରେ ମୋଟ ୪ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଶ୍ରୀଲଙ୍କା ୩ଟି ଓ ଭାରତ ଗୋଟିଏ ଜିତିଛି।

Leave A Reply

Your email address will not be published.