Jai Odisha
News

ଆଜି ଠାରୁ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ

କଟକ ,୩।୨:ଆଜି ଉଦ୍‌ଘାଟିତ ହେବ ରାଜ୍ୟରେ  ୧୦ଟି ଭର୍ଚୁଆଲ୍‌ ହାଇକୋର୍ଟ । ଭର୍ଚୁଆଲ୍‌ ମୋଡ଼ରେ କରି ହେବ ମାମଲା ରୁଜୁ । ଭର୍ଚୁଆଲ୍‌ରେ ଆଇନଜୀବୀ କରିବେ ଶୁଣାଣି । ଭର୍ଚୁଆଲ୍‌ରେ ଯୋଗଦେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ଼ ।ଫେବ୍ରୁଆରି ୩ରେ ଆୟୋଜିତ ହେବାକୁ ଥିବା ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଯୋଗ ଦେଇ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁୁର), କଳାହାଣ୍ଡି (ଭବାନୀପାଟଣା), ଖୋର୍ଦ୍ଧା (ଭୁବନେଶ୍ବର), କୋରାପୁଟ (ଜୟପୁର), ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ (ରାଉରକେଲା) ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଭର୍ଚୁଆଲ ବ୍ୟବସ୍ଥାରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି।ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବ। ଏଠାରେ ମାମଲାର ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ବ୍ୟବସ୍ଥାରେ ଶୁଣାଣି ପର୍ଯ୍ୟନ୍ତ ସୁବିଧା ରହିବ।ପ୍ରଥମ ପର୍ଯ୍ୟାୟରେ  ୧୦ଟି ଜିଲ୍ଲାରେ ଭିସି କ୍ୟାବିନ୍ ପ୍ରତିଷ୍ଠା କରାଯାଇଛି ।  ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା ହାଇକୋର୍ଟ ରାଜ୍ୟର ୩୦ଟି ଜିଲ୍ଲାଜଜ୍‌ଙ୍କ ଅଦାଲତ ପରିସରରେ ଏଭଳି ଭର୍ଚୁଆଲ୍‌ ହାଇକୋର୍ଟ କରୁଛନ୍ତି ।  ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଂଗୀର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କୋରାପୁଟ ଜିଲ୍ଲାର ଜୟପୁର, ଗଂଜାମ ଜିଲ୍ଲାର ବ୍ରହ୍ମପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହିତ ପୁରୀ, ବାଲେଶ୍ବର ଏବଂ ଭଦ୍ରକଠାରେ ଏହି ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟକ୍ଷମ ହେବ।

Leave A Reply

Your email address will not be published.