Jai Odisha
News

ଆଜି ଦେବଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକର

ଦେବଗଡ ୨୨/୦୮: ଆଜି ଦେବଗଡ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକର ।କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳିତ ହେଉଛି। କୃଷକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ ବୋଲି ଜଣାଯାଇଛି। ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘର ଆହ୍ବାନକ୍ରମେ ଏହି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ୨୦୨୧-୨୨ ଖରିଫ ଋତୁ ମରୁଡ଼ି ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳନ କରାଯାଉଛି।   କୃଷକ ମାନେ ରାସ୍ତା ଅବରୋଧ କରିବା ଯାତାୟତକୁ ଠପ୍ କରିବା ସହ ଅନ୍ଦୋଳନ ଜାରି ରଖିଛନ୍ତି।   ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ କୃଷକମାନେ ରାସ୍ତାରୋକ କରିବା ସହ ପିକେଟି ଜାରି ରଖିଛନ୍ତି। ଫଳରେ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହିତ ନୀଳବେର୍ଣ୍ଣୀ ସାହି ବାଇପାସ ଛକଠାରେ ରାସ୍ତା ଅବରୋଧ କରି ଚକଅଖ ଠପ୍ କରି ଦେଇଛନ୍ତି କୃଷକ ସଂଘ। ଜିଲ୍ଲାରେ ୨୦୨୧-୨୨ ରେ ସ୍ବଳ୍ପ ବର୍ଷା ହେବା ଯୋଗୁ ଉନ୍ନତମାନର ଧାନ ଚାଷ ନ ହେବାରୁ ଚାଷୀମାନଙ୍କୁ ନାନା କ୍ଷତି ସହିବାକୁ ପଡିଥିଲା । ଅନ୍ୟପଟେ ଦାଉ ସାଜିଥିଲା ହାତୀ ଉପଦ୍ରବ। ଏଭଳି ପରିସ୍ଥିତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାକୁ ଯୋଗ୍ୟ ଚାଷୀମାନଙ୍କୁ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରୁନାହାନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏନେଇ ସଂଘ ପକ୍ଷରୁ ପୂର୍ବରୁ ମଧ୍ୟ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି କୌଣସି ଯୋଗ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.