Jai Odisha
News

ଆଜି ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ; ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫/୦୮   : ଆଜି ଦେଶ   ୭୬ ତମ ସ୍ବାଧୀନତା ଦିବସ  ପାଳନ  କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲା ଦୁର୍ଗରେ   ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପ୍ରଥମେ ରାଜଘାଟ ଯାଇ ପ୍ରଧାନମନ୍ତ୍ରୀ ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଘାଟରୁ ସେ ଲାଲକିଲ୍ଲା ଅଭିମୁଖେ ବାହାରିବା ପରେ ସେଠାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦବୋଧନ ଦେଉଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଲାଲକିଲ୍ଲାରୁ ଦେଶବାସୀଙ୍କୁ ଗୌରବଗାନ କରିବାର ସୁଯୋଗ ମିଳିଛି । ଆପଣମାନଙ୍କଠାରୁ ବହୁତ ଶିଖିଛି, ବହୁତ ଜାଣିବାକୁ ପାଇଛି । ଆପଣଙ୍କର ସୁଖ-ଦୁଃଖକୁ ବୁଝିଛି ।ସେ ଆଜି କହିଛନ୍ତି ଯେ ଏକତା ହିଁ ସବୁ ଠାରୁ ବଡ । ଆଜି ଆମେ ଏଭଳି ଭାରତ ବର୍ଷରେ ବସବାସ କରୁଛୁ ଯାହା ଏକତାର ଏକ ବିରାଟ ଉଦାହରଣ । ଆମ ଦେଶରେ ଉଭୟ ପୁଅ ଆଉ ଝିଅ ସମାନ । ଏଠାରେ ଉଭୟଙ୍କୁ ସମାନ ସମ୍ମାନ ସମାନ ଅଧିକାର ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଯେ, ଶେଷରେ ଲୋକଙ୍କ ନିକଟରେ ଲାଭ ପହଞ୍ଚୁ । ମୁଁ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୂରା କରିବା ପାଇଁ ନିଜକୁ ସମର୍ପିତ କରିଛି ।  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ଭାରତର ଗୌରବକୁ ଦେଖୁଛି । ବିଶ୍ୱ ସମସ୍ୟାର ସମାଧାନ ଭାରତ ମାଟିରେ ଖୋଜୁଛି । ଏହା ଆମର ୭୫ ବର୍ଷର ଅଭିଜ୍ଞତା ଯାତ୍ରାର ପରିଣାମ । ଆମେ ଯେଉଁଭଳି ଭାବେ ସଂକଳ୍ପ ନେଇ ଆଗକୁ ବଢ଼ିଛି, ବିଶ୍ୱ ଆମକୁ ଦେଖିବା ନିଶ୍ଚିତ । ଏହାକୁ ମୁଁ ତିନିଟି ଶକ୍ତି ଭାବେ ଦେଖୁଛି । ପ୍ରଧାନମନ୍ତ୍ରୀ ମୋଦୀ ଯୁବଗୋଷ୍ଠୀଙ୍କୁ ନିକଟରେ ଅପିଲ କରିଛନ୍ତି ଯେ, ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏବେଠାରୁ ସଂକଳ୍ପ ନିଅନ୍ତୁ । ଏହା ଦ୍ୱାରା ଦେଶ ବିକଶିତ ହେବ । ବିକାଶର କେନ୍ଦ୍ରରେ ମନୁଷ୍ୟ ହେବ । ସେ କହିଛନ୍ତି ଯେ, ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ, ସେହି ସମୟରେ ଯୁବା ୫୦-୫୫ ବର୍ଷର ହେବ ।ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ସମସ୍ତଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଚା । ଜୟ ହିନ୍ଦ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.