Jai Odisha
News

ଆଜି ଦୋଳପୂର୍ଣ୍ଣିମା : ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଭକ୍ତ

ପୁରୀ, ୧୮/୦୩: ଆଜି ଦୋଳପୂର୍ଣ୍ଣିମା |ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଭକ୍ତ |ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ଠାକୁରେ ଅବିର ଓ ଝିମିରି ଫଗୁ ଲାଗି ହେବେ । ଏଥିସହିତ ଶ୍ରୀଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ଦୋଳବେଦିକୁ ବିଜେ କରି ଦୋଳି ଖେଳିବେ । ଘଣ୍ଟ, ଘଣ୍ଟା ଓ କାହାଳୀର ପଟୁଆରରେ ଠାକୁରମାନେ ଦୋଳବେଦିରେ ପହଞ୍ଚିବେ । ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ। ନୀତି ସାରି ଠାକୁରେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପରେ ଦାରୁ ଦିଅଁଙ୍କ ସୁନାବେଶ ଓଲାଗି ହୋଇ ମହାସ୍ନାନ ବଢିବ । ଅନ୍ୟାନ୍ୟ ନୀତି ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ଼ ହେବ । ଭୋର ୩ଟାରେ ଦ୍ୱାରଫିଟା ହୋଇଛି । ରାଜାଧିରାଜ ବେଶ ସକାଳ ୮ଟାରେ ହେବ । ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଠାକୁରେ ଏହି ବେଶରେ ରହିବେ । ମଠ ବାଡ଼ି ସମେତ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ ଦୋଳପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.