Jai Odisha
News

ଆଜି ନବୀନ-ନୀତୀଶ ଭେଟ

ଭୁବନେଶ୍ବର,୯ା୫ :ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଏହାସହ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।  ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି। ତେବେ ନୀତିଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଉଛନ୍ତି ନାଁ ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।  ଦିନ ପ୍ରାୟ ୧୨ଟାରେ ନୀତୀଶ ନବୀନ ନିବାସ ଆସି ନବୀନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି. ରାଜାଙ୍କୁ ସାକ୍ଷାତ କରିସାରିଛନ୍ତି।ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍‌ କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବକଙ୍କୁ ଭେଟି ସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଛନ୍ତି। ନୀତୀଶ ବିରୋଧୀ ଦଳକୁ ନେଇ ଜାତୀୟ ରାଜନୀତି ନୂଆ ସମୀକରଣର ପରିକଳ୍ପନା କରୁଛନ୍ତି।

Leave A Reply

Your email address will not be published.