Jai Odisha
News

ଆଜି ପବିତ୍ର ଅକ୍ଷୟ ତୃତୀୟା: ଲୋକାର୍ପିତ ହେଲା ଶଙ୍ଖ ଭବନ

ଭୁବନେଶ୍ୱର,୨୪।୪ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରାଯାଏ  |ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୁଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରମୁଣ୍ଡା ସ୍ଥିତ ଓୟୁଏଟି ଫାର୍ମରେ ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରିଛନ୍ତି । ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅକ୍ଷି ମୁଠି ଅନୁକୁଳ ସହ ହଳ ବୁଲେଇ ଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ୍ ସହ ବିଭାଗୀୟ ଅଧିକାରୀ ମନେ ଉପସ୍ଥିତ ଥିଲେ। ଏହି ଅବସରରେ ଓୟୁଏଟି କ୍ୟାମ୍ପସ୍ ଠାରେ ଏକ କୃଷକ ମେଳାର ମଧ୍ୟ ଆୟୋଜନ ହୋଇଛି।ଏହାସହ ଲୋକାର୍ପିତ ହେଲା ବିଜେଡି କାର୍ଯ୍ୟାଳୟ।ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.