Jai Odisha
News

ଆଜି ପବିତ୍ର ଇଦ୍ ଉଲ୍ ଫିତର,ସମଗ୍ର ଦେଶରେ ପାଳନ ହେଉଛି ଇଦ୍

ନୂଆଦିଲ୍ଲୀ, ୨୨।୪: ଆଜି ପବିତ୍ର ଇଦ୍ ଉଲ୍ ଫିତର  ।  । ସାରା ଦେଶରେ ହର୍ଷ ଉଲ୍ଲାସରେ ପାଳନ ହେଉଛି ଏହି ପର୍ବ । ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଆଜି ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ଇଦ ଉଲ ଫିତରରେ ସମୂହ ନମାଜ ପାଠ କରାଯାଇଥାଏ । ଚଳିତ ବର୍ଷ ଦିନକ ପୂର୍ବରୁ ଶେଷ ହୋଇଛି ପବିତ୍ର ରମଜାନ ମାସ । ଇଦକୁ ବେଶ୍ ଧୂମଧାମରେ ପାଳନ କରିବାକୁ ରଙ୍ଗୀନ ଆଲୋକମାଳାରେ ମସଜିଦ ଗୁଡ଼ିକୁ ସଜାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରମଜାନରେ କାଷ୍ଠା ଉପବାସ ରଖିଥିଲେ ମୁସଲମାନ ସମ୍ପ୍ରଦାୟର ଲୋକେ । ମୁସଲମାନ ଭାଇ ଭଉଣୀ ମାନେ ସକାଳୁ ଉଠି ସେହେରି କରିବା ସହିତ ଦିନ ତମାମ ଉପବାସ ରଖୁଥିଲେ । ଏହାପରେ ସଂଧ୍ୟାରେ ଉଫତାରି କରି ଉପବାସ ଭାଙ୍ଗୁଥିଲେ । ଚଳିତ ବର୍ଷ 30ଟି ରୋଜା ବା ଉପବାସ ବଦଳରେ 29ଟି ରୋଜାରେ ହିଁ ରମଜାନ ମାସକୁ ବିଦାୟ ଦିଆଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଫିତର ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଇଦ୍ ହେଉଛି ପବିତ୍ର ରମଜାନ ମାସର ପ୍ରତୀକ । ଇଦ୍ ହେଉଛି ପ୍ରେମ ଏବଂ ଭାବନା ବାଣ୍ଟିବାର ଏକ ପର୍ବ ଜ୍ଝ ଏହି ପର୍ବ ଆମକୁ ଏକତା ଏବଂ ପାରସ୍ପରିକ ସମନ୍ୱୟର ବାର୍ତ୍ତା ଦେଇଥାଏ ।ରାଷ୍ଟ୍ରପତି ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶୁକ୍ରବାର ଦିନ ଇଦ୍-ଉଲ୍-ଫିଟର ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ସମାଜରେ ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ବିବୃତ୍ତିରେ ରାଷ୍ଟ୍ରପତି କହିଛନ୍ତି ଯେ ପବିତ୍ର ରମଜାନ ମାସର ସମାପ୍ତି ହେଉଛି ଇଦ୍। ଏହି ପର୍ବ ପ୍ରେମ, କରୁଣା ଏବଂ ସ୍ନେହର ଭାବନା ପ୍ରଚାର କରେ।ପବିତ୍ର ଇଦ ଅବସରରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଏଥିଲାଗି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଜର ଟୁଇଟରରେ ଲେଖିଛନ୍ତି, ଇଦର ଶୁଭ ଉତ୍ସବ ସମସ୍ତଙ୍କ ମଧ୍ୟରେ ଏକତା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ବିସ୍ତାର କରୁ।ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ଇଦ୍ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଲ୍ଲା ଆମ ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆଣନ୍ତୁ ଏବଂ ଆମକୁ ଦୟା ଏବଂ ପ୍ରେମ ପଥରେ ଆଗେଇ ନିଅନ୍ତୁ।

Leave A Reply

Your email address will not be published.