Jai Odisha
News

ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ

Today is Holy panka udhhar ekadashi

ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ରହିଛନ୍ତି । ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରନ୍ତି । ତେଣୁ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ପୁରୀ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବାରିକେଡ୍ ବ୍ୟବସ୍ଥା, ଧାଡି ବ୍ୟବସ୍ଥା ସହ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି । 8 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ସାଧା ପୋଷାକରେ ପୁଲିସ୍ ମୁତୟନ ରହିବେ । ଦୁଇ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିବେ । ସେପଟେ ଜାଗର ଯାତ୍ରା ପାଇଁ ମଧ୍ୟ 20 ପ୍ଲାଟୁନ୍ ପୁଲିସ୍ ଫୋର୍ସ କରାଯିବ । ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.