Jai Odisha
News

ଆଜି ପବିତ୍ର ବାରୁଣୀ, ଦଶାଶ୍ବମେଧ ଘାଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର,୧୯।୩:  ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ବମେଧ ଘାଟ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି ।ଚୈତ୍ର ମାସର କୃଷ୍ଣ ଦ୍ଵାଦଶୀ ରେ ବାରୁଣୀ ସ୍ନାନ କଲେ ଅନେକ ପୁଣ୍ୟ ଫଳ ମିଳିଥାଏ ବୋଲି ପୂର୍ବକାଳରୁ ବିଶ୍ୱାସ ରହିଛି।   ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି ।ବିଶ୍ବାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଆସନ୍ତା ୭ ଦିନ ଧରି ଚାଲିବ ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.