Jai Odisha
News

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୧: ଆଜି ସକାଳ ୧୧ଟାରୁ ଆରମ୍ଭ ହେବ  ‘ପରୀକ୍ଷା ପେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ।  ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିବେ।  ଏହି ଅବସରରେ ପ୍ରଧାନମନ୍ତ୍ରୀ କେବଳ ଛାତ୍ରମାନଙ୍କ ସହିତ ନୁହେଁ ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ। ଏଥିସହ ମାଇଗୋଭ୍‌(MyGov)ରେ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ ୨୦୫୦ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିପିସି କିଟ୍‌ ପ୍ରଦାନ କରାଯିବ।   ଯେଉଁଠି ପରୀକ୍ଷାରେ ସଫଳ ହେବାକୁ ପରାମର୍ଶ ଦେବେ ମୋଦି ।  ଏଥର ପରୀକ୍ଷା ପେ ଚର୍ଚ୍ଚା  ପାଇଁ 38.80 ଲକ୍ଷ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି।  ଏଥର 150 ରୁ ଅଧିକ ଦେଶର ଛାତ୍ର, 51 ଦେଶର ଶିକ୍ଷକ ଏବଂ 50 ଦେଶର ଅଭିଭାବକମାନେ ରହିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାରେ ଓଡ଼ିଶାରୁ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଯାହା ଭିତରେ  ୮ ହଜାରରୁ ଅଧିକ ଶିକ୍ଷକ ଏବଂ ୪ ହଜାରରୁ ଅଧିକ ଅଭିଭାବକ ରହିଛନ୍ତି।  ଦିଲ୍ଲୀରେ ଓଡ଼ିଶାରୁ ୨ ଜଣ ଛାତ୍ର  ଏବଂ ଜଣେ ଶିକ୍ଷକ ଉପସ୍ଥିତ ରହିବେ। ଛାତ୍ରୀଛାତ୍ରୀଙ୍କ ମାର୍ଗଦର୍ଶନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ଏକଜାମ ୱାରିଅର୍ସ ୨୦୧୮ ମସିହାରେ କେବଳ ହିନ୍ଦି ଏକ ଇଂରାଜୀରେ ଥିଲା।  ଶିକ୍ଷାବିତଙ୍କ ପ୍ରସ୍ତାବ ଆଧାରରେ ବର୍ତ୍ତମାନ ଏହି ପୁସ୍ତକ ୧୩ ଟି ଭାଷାରେ ସଦ୍ୟତମ ସଂସ୍କରଣ ପ୍ରକାଶ ପାଇଛି।

 

Leave A Reply

Your email address will not be published.