Jai Odisha
News

ଆଜି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ରାଜ୍ୟ ସଂଗ୍ରହାଳୟ କୁ ମାଗଣା ପ୍ରବେଶ

ଭୁବନେଶ୍ୱର,୨୯।୧୨: ଆଜି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ରାଜ୍ୟ ସଂଗ୍ରହାଳୟ କୁମାଗଣା ପ୍ରବେଶ|ଆଜି ଓଡିଶାର ରାଜ୍ୟ ସଂଗ୍ରହାଳୟ କୁ ୯୦ ବର୍ଷ ପୁରିଛି । ତେବେ ୯୦ ବର୍ଷରେ ପାଦ ଥାପିବା ଅବସରରେ ଆଜି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ମାଗଣା ପ୍ରବେଶ ରହିଛି । ଆଜି ବିନା ଶୁଳ୍କରେ ପର୍ଯ୍ୟଟକ ମାନେ ସଂଗ୍ରହାଳୟ ବୁଲି ଦେଖି ପାରିବେ । କେବଳ ଏତିକି ନୁହେଁ ଆଜି ସଂଗ୍ରହାଳୟ ପରିଷରରେ ଏକ ବରିଷ୍ଠ ବିଶ୍ରାମଗାରର ମଧ୍ୟ ଉଦଘାଟନ କରାଯିବ । ଯାହା ଦ୍ୱାରା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ଘଣ୍ଟା ଘଣ୍ଟା ବସି ପାରିବେ । ସୂଚନାମୁତାବକ ୩୦୦ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ସୁବିଧା କରାଯାଉଛି ।ଏହା ସହିତ ଟେଲିଭିଜନ ଆଉ ଖବରକାଗଜ ମଧ୍ୟ ଯୋଗେଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଇଂରାଜୀ ଭାଷାରେ ପାଇକବିଦ୍ରୋହ କାହାଣୀ ମଧ୍ୟ ଶୁଣିବାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ କେବଳ ଓଡିଶା ଭାଷାରେ ଏହା ସୁବିଧା ରହିଥିଲା କିନ୍ତୁ ବହୁ ଆଦେବନକ୍ରମେ ଇଂରାଜୀ ଭାଷାରେ ମଧ୍ୟ ଏହାକୁ ଏବେ ରୂପାନ୍ତର କରାଯାଇଛି । ଏହା ସହିତ ଅନେକ ଲୋକ ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଜି ଅପରାହ୍ନ ୩ଟା ୩୦ ରେ ଏହି ନାଟକ ଆରମ୍ଭ ହେବ । ଏହାବାଦ ଜାତୀୟ ଚିତ୍ରକଳା ମଧ୍ୟ ପ୍ରଦର୍ଶନ କରାଯିବ ।

Leave A Reply

Your email address will not be published.