Jai Odisha
News

ଆଜି ପୁରୀ ଆକାଶରେ ସୂର୍ଯ୍ୟକିରଣ ଏୟାର ସୋ

 

ପୁରୀ,୧୭/୦୯ : ଆଜି ପୁରୀ ଆକାଶରେ ସୂର୍ଯ୍ୟକିରଣ ଏୟାର ସୋ| ପାଣିପାଗ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପୁରୀ ବେଳାଭୂମିରେ ଆରମ୍ଭ ହେଉଥିବା ଏୟାର ସୋ’ ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ପାଣିପାଗ ବିଭାଗ ଆସନ୍ତା ୧୮ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ଏୟାର ସୋ’ରେ ପ୍ରତିବନ୍ଧକ ସୃଷ୍ଟି କରି‌ପାରେ। ସେହି ଦୃଷ୍ଟିରୁ ସେପ୍ଟେମ୍ବର ୧୭ ତାରିଖରୁ ହିଁ ଦର୍ଶକଙ୍କ ପାଇଁ ଏହି ଏୟାର ସୋ’ ବ୍ୟବସ୍ଥା କରାଯାଇଛି। ଯଦି ପାଣିପାଗ ଅନୁକୂଳ ରୁହେ, ତେବେ ଆସନ୍ତା ୧୮ ତାରିଖରେ ବି ଦର୍ଶକ ଏହି ଏୟାର ସୋ’ ଦେଖିପାରିବେ। ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ରହି ଏହି ଏୟାର ସୋ’ ଦେଖିପାରିବେ। ବ୍ଲୁ ଫ୍ଲାଗ୍‌ ବିଚ୍‌ ପାର୍କିଂ ସ୍ଥଳରେ ନିଜ ନିଜ ଗାଡ଼ି ପାର୍କିଂ କରିବେ। ଏହି ଦୁଇଦିନ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରବେଶ ଓ ପାର୍କିଂ ଦେୟମୁକ୍ତ କରାଯାଇଛି। ଦର୍ଶକ ବ୍ଲୁ ଫ୍ଲାଗ୍‌ ବିଚ୍‌ର ଯେ କୌଣସି ସ୍ଥାନରେ ଛିଡ଼ା ହୋଇ ଏହି ଏୟାର ସୋ’ ‌ଦେଖିପାରିବେ।
Leave A Reply

Your email address will not be published.