Jai Odisha
News

ଆଜି ପ୍ରଥମ ଦିନିକିଆ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଅକଲାଣ୍ଡ,୨୫/୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଭାରତୀୟ ସମୟ ସକାଳ ୭ଟା ସମୟରେ ମ୍ୟାଚ୍‌ ଆରମ୍ଭ  ହୋଇଛି ।ଟସ୍ ଜିତି ଘରୋଇ ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ୯ ଓଭର ସୁଦ୍ଧା ଭାରତ ବିନା ଓ୍ଵିକେଟ୍ ୩୩ ରନ କରିଛି। କ୍ରିଜରେ ଶୁଭମାନ ଗିଲ୍ ୧୨ ଏବଂ ଶିଖର ଧାଓ୍ଵନ ୨୦ ରନ କରି ଖେଳୁଛନ୍ତି। ଆଜିର ମ୍ୟାଚ୍  ଜରିଆରେ ଅର୍ଶଦୀପ ସିଂହ ଏବଂ ଉମରାନ ମଲିକ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି।

ଭାରତ

ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ

ଫିନ ଆଲେନ, ଡେଭନ କନଓ୍ଵେ, କେନ ଓ୍ଵିଲିୟମସନ(ଅଧିନାୟକ), ଟମ୍ ଲାଥମ(ଅଧିନାୟକ), ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ମିଚେଲ୍ ସାଣ୍ଟନର, ଆଡମ ମିଲନେ, ମାଟ୍ ହେନରୀ, ଟିମ୍ ସାଉଦି, ଲୋକି ଫର୍ଗ୍ୟୁସନ।

Leave A Reply

Your email address will not be published.