Jai Odisha
News

ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ର ୧୦୦ ତମ ପର୍ଯ୍ୟାୟ

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ପର୍ଯ୍ୟାୟ ଆଜି ପ୍ରସାରଣ ହେବ। ଆମେରିକା ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଲାଇଭ୍ ପ୍ରସାରଣ ଠାରୁ ଆରମ୍ଭ କରି ସାରା ଦେଶରେ ସ୍ୱତନ୍ତ୍ର ସ୍କ୍ରିନିଂ ପର୍ଯ୍ୟନ୍ତ ‘ମନ୍ କି ବାତ’ ର ଏହି ୧୦୦ ତମ ପର୍ଯ୍ୟାୟଟି ଐତିହାସିକ ହେବ ବୋଲି ଆଶା କରାଯାଉଛି। ଏଥି ସହିତ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, “ମନ କି ବାତ” ର ୧୦୦ ତମ ଏପିସୋଡରେ ୧୦୦ ଟଙ୍କାର ଏକ ସ୍ମରଣୀୟ ମୁଦ୍ରା ଜାରି କରିବ।ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିବ ।ଆଜି ଦେଶବାସୀଙ୍କୁ ମୋଦି କ’ଣ କହିବେ, ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଦେଶର ୪ ଲକ୍ଷ କେନ୍ଦ୍ରରେ ଏହାର ପ୍ରସାରଣ ହେବାକୁ ଥିବା ବେଳେ, ରାଜ୍ୟର ପ୍ରାୟ ୨ ହଜାର ବୁଥ୍‌ରେ ହେବ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିବେ ଦଳୀୟ ବିଧାୟକ, ସାଂସଦ, ନେତା ଓ କର୍ମୀ। ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କୁ ବି ସାମିଲ କରାଯିବ ।

 

 

Leave A Reply

Your email address will not be published.