Jai Odisha
News

ଆଜି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ,୩୦/୦୧ : ଆଜି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଦେଶବାସୀଙ୍କୁ ୮୫ତମ ସଂସ୍କରଣର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଆଜି ଜାନୁଆରୀ ୩୦ ତାରିଖ । ଆଜିର ଦିନକୁ ସହିଦ ଦିବସ ମଧ୍ୟ କୁହାଯାଇଥାଏ, ଯେଉଁଦିନ କି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା । ଗାନ୍ଧିଜୀଙ୍କ ସ୍ମୁତିରେ ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି ।  ମନ୍ କି ବାତ୍ କାର୍ଯ୍ୟକ୍ରମର ଚଳିତ ବର୍ଷର ଏହା ହେଉଛି ପ୍ରଥମ ସଂସ୍କରଣ । ଏଥି ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମ ଶୁଣାଇବା ପାଇଁ ମଧ୍ୟ ପ୍ରସ୍ତୁତି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ୨୬ ତାରିଖରେ ମନ୍ କି ବାତ୍‌ରେ କହିଥିଲେ । ଏଥିରେ କରୋନା ଭାଇରସ ସମେତ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

Leave A Reply

Your email address will not be published.