Jai Odisha
News

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚୁୁଆଲ ରାଲି

ନୂଆଦିଲ୍ଲୀ ୦୮/୦୨:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପାଇଁ ଭର୍ଚୁଆଲ ରାଲି କରିବେ । ପ୍ରଧାନମନ୍ତ୍ରୀ ମୋଦୀ ରାମପୁର, ବଦାୟୁ ଓ ସମ୍ଭଲ ସମେତ ୧୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବେ । ଏଥି ପାଇଁ ୬୯ଟି ସ୍ଥାନରେ ବଡ଼ବଡ଼ ଏଲଇଡି ଲାଗିବ । ଏଥି ସହିତ ଭାରତୀୟ ଜନତା ପାର୍ଟି ଆଜି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଘୋଷଣାପତ୍ର ମଧ୍ୟ ଜାରି କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଲଖନଉରେ ଘୋଷଣାପତ୍ର ଜାରି କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଦିନକ ପରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ ୧୦ ତାରିଖରେ ୫୮ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬୨୩ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.