Jai Odisha
News

ଆଜି ବାଚସ୍ପତି ନିର୍ବାଚନ,ଆସନ୍ତାକାଲି ସିନ୍ଦେ ସରକାର ଦେବେ ସଂଖ୍ୟାଗରିଷ୍ଠତାର ପ୍ରମାଣ

ନୂଆଦିଲ୍ଲୀ ୦୩/ ୦୭: ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଆଜି ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ପଦ ପାଇଁ   ଶିବସେନା ବିଧାୟକ ରଞ୍ଜନ ସାଲଭି ଏବଂ ବିଜେପି ବିଧାୟକ ରାହୁଲ ନର୍ଭକରଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୪ ରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଆଜି ବାଚସ୍ପତି ନିର୍ବାଚନ ଏକନାଥ ସିନ୍ଦେ ସରକାରଙ୍କ ପାଇଁ “ଅଗ୍ନି ପରୀକ୍ଷା’   । ଏନଡିଏ ତରଫରୁ ବିଧାୟକ ରାହୁଲ ନାର୍ଭେକର ଓ ମହା ବିକାଶ ଅଘାଡି ଶିବସେନା ବିଧାୟକ ରାଜନ ସାଲଭୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଚସ୍ପତି ନିର୍ବାଚନ ପଦ ପାଇଁ ସାଲ୍ ଭିଙ୍କୁ ବିରୋଧୀ ପ୍ରାର୍ଥୀ କରାଯାଇଛି। ସାଲ୍ ଭି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଜୟନ୍ତ ପାଟିଲ, ଧନଂଜୟ ମୁଣ୍ଡେ (ଏନ୍ ସିପି), ଅଶୋକ ଚହ୍ବାନ (କଂଗ୍ରେସ), ସୁନୀଲ ପ୍ରଭୁ (ଶିବସେନା) ଉପସ୍ଥିତ ଥିଲେ। ନିର୍ବାଚନକୁ ନେଇ ଶିବସେନା ଗୋଷ୍ଠୀର ସଚେତକ ସୁନୀଲ ପ୍ରଭୁ ବିଧାୟକଙ୍କୁ ହୁଇପ୍ ଜାରି କରିଦେଇଛନ୍ତି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁଲାଇ ୩ ଏବଂ ୪ ତାରିଖରେ ୨ ଦିନିଆ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଆଜି ବାଚସ୍ପତି ନିର୍ବାଚନ ଥିବାବେଳେ ଆସନ୍ତାକାଲି ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।ବିଧାନସଭା ବାଚସ୍ପତି ନିର୍ବାଚନ ପୂର୍ବରୁ ଶିବସେନାର ବିଦ୍ରୋହୀ ବିଧାୟକମାନେ ଶନିବାର ମୁମ୍ବାଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଗୋଆର ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତ ବିଧାୟକ ମୁମ୍ବାଇରେ ପହଞ୍ଚିଥିଲେ।

Leave A Reply

Your email address will not be published.