Jai Odisha
News

ଆଜି ବାଳ ଗୋପାଳଙ୍କ ଜନ୍ମୋତ୍ସବ ପାଇଁ ମଥୁରା ଉତ୍ସବମୁଖର

ମଥୁରା,  ୧୯/୦୮: ଆଜି ସାରା ଦେଶ ରେ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ମଥୁରାରେ  ଦେଖାଯାଇଛି  ଭକ୍ତଙ୍କ ଭିଡ଼ ।ମଥୁରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିଦିଆଯାଇଛି । ବାଳ ଗୋପାଳଙ୍କ ଜନ୍ମୋତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ରାଧେ-କୃଷ୍ଣଙ୍କ ଭଜନ ଶୁଭିଛି । ପୂରା ପରିବେଶ ଭଜନ-କୀର୍ତ୍ତନରେ ଗୁଂଜରିତ ହୋଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅବସରରେ ତାଙ୍କର ଜନ୍ମସ୍ଥଳୀ ଶ୍ରୀକୃଷ୍ଣ ଜନ୍ମଭୂମି ପରିସର ଠାରୁ ଆରମ୍ଭ କରି ଇସ୍କନ ମନ୍ଦିର, ଲଡ୍ଡୁ ଗୋପାଳ ମନ୍ଦିର ଓ ଅନ୍ୟ ମନ୍ଦିରରେ ଭକ୍ତମାନେ ଗୁରୁବାର ବିଳମ୍ବିତ ରାତି ଯାଏଁ ଭିଡ ଲଗାଇଥିଲେ । ମନ୍ଦିରର ଦ୍ୱାରା ଖୋଲିବା ପରେ ନିଜ ଅରାଧ୍ୟଙ୍କ ପ୍ରଥମ ଦର୍ଶନର କାମନା ପାଇଁ ଭକ୍ତମାନେ ରାତିସାରା ଲାଇନରେ ମଧ୍ୟ ଛିଡ଼ା ହୋଇଥିଲେ । ରାତିରେ ମଥୁରା ନଗରୀ ଜନସମୁଦ୍ର ଭଳି ଲାଗିଥିଲା । ମନ୍ଦିରର ସାଜସଜ୍ଜା ଦେଖି ଦେଶ-ବିଦେଶରୁ ଆସିଥିବା ଭକ୍ତମାନଙ୍କୁ ଆକର୍ଷିତ କରୁଥିଲା । ଶ୍ରଦ୍ଧାଳୁମାନେ ଆଜି ମଧ୍ୟ ବିଳମ୍ବିତ ରାତି ଯାଏଁ ମଥୁରାରେ ଭିଡ ଲଗାଇବାର ଆଶଙ୍କା ରହୁଛି ।  ମୁଖ୍ୟ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଂଶଗ୍ରହଣ କରିବାକୁ ଶୁକ୍ରବାର ମଥୁରା ପହଞ୍ଚିବେ ।

Leave A Reply

Your email address will not be published.