Jai Odisha
News

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ , ବନ୍ଧୁ ପାଇଁ ଦିନଟିଏ

ନୂଆଦିଲ୍ଲୀ,୦୭/୦୮: ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ଏହି ସମ୍ପର୍କ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ ।   ଆଜି ବିଶ୍ୱ ବନ୍ଧୁତା ଦିବସ । ସବୁଠି ଚାଲିଛି ସେଲିବ୍ରେସନ ।  କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଆଉ କେହି କେହି ରେଷ୍ଟୁରାଣ୍ଟରେ ମନ ପସନ୍ଦର ଖାଇବା ଖାଇ ତ ଆଉ କିଏ ସିନେମା ଦେଖି କରୁଛନ୍ତି ସେଲିବ୍ରେସନ । ତେବେ ଆଜିର ଯୁବପିଢିମାନେ ବନ୍ଦୁତ୍ୱ ଦିବସକୁ କେବଳ ସୋସିଆଲ ମିଡିଆ ଜରିଆରେ ପାଳନ କରୁଛନ୍ତି। ପୂର୍ବରୁ ସାଙ୍ଗ ସାଙ୍ଗକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ଦେଇ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳେ ବର୍ତ୍ତମାନ ସମୟରେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଆଉ ପୂର୍ବ ପରି ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ଥିବା ସେହି ନିବିଡ଼ତା ଦେଖିବାକୁ ମିଳୁନାହିଁ। କିନ୍ତୁ ଏହା ପରେ ମଧ୍ୟ ଏପରି କିଛି ଯୁବ ପିଢି ଅଛନ୍ତି ଯେଉଁମାନେ ବନ୍ଧୁତ୍ୱର ଏହି ପବିତ୍ର ଦିନକୁ ଅତି ନିଆରା ଢଙ୍ଗରେ ପାଳିଥାନ୍ତି।ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁୱେରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ । ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ପ୍ରସ୍ତାବ ଦେଇଥିଲା ମିଳିତ ଜାତିସଂଘ । ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ କାର୍ଡ଼ ଦେବାର ଆରମ୍ଭ ହେଲା ପ୍ରଥା । ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ’ ଭାବେ ଘୋଷଣା କରିଥିଲା । ଆଉ ସେବେଠାରୁ ପାଳିତ ହୋଇଆସୁଛି ବନ୍ଧୁତ୍ୱ ଦିବସ ।

Leave A Reply

Your email address will not be published.