Jai Odisha
News

ଆଜି ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ,ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪ : ଆଜି ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ,ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ|ଆଜି ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀର ବିଷୟବସ୍ତୁ ରହିଛି- ସମସାମୟିକ ଆହ୍ବାନର ମୁକାବିଲା । ସମ୍ମିଳନୀରେ 171 ଦେଶର ପ୍ରତିନିଧୀ ଏବଂ ଭାରତୀୟ ବୌଦ୍ଧ ସଂଗଠନର 150 ପ୍ରତିନିଧୀ ଅଂଶଗ୍ରହଣ କରିବେ ।  ବିଶ୍ବର ବିଶିଷ୍ଟ ବିଦ୍ବାନ, ସଂଗଠନର ଅଗ୍ରଣୀ ବ୍ୟକ୍ତି ତଥା ବୌଦ୍ଧ ଧର୍ମ ଅନୁଗାମୀମାନେ ଯୋଗଦେବେ। ସର୍ବଭାରତୀୟ ମୂଲ୍ୟବୋଧ ଉପରେ ଆଧାର କରି ବୌଦ୍ଧ ଧର୍ମୀ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିବେ । ଏହି ଦୁଇ ଦିନିଆ ସମ୍ମିଳନୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜନ କରାଯାଉଛି ।

Leave A Reply

Your email address will not be published.