Jai Odisha
News

ଆଜି ବିହାରରେ ‘ଫ୍ଲୋର୍‌ ଟେଷ୍ଟ୍‌; ଗୃହ ବାହାରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ବିହାର,,୨୪/୮:  ଆଜି ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ଅଗ୍ନିପରୀକ୍ଷା ହେବ । ବିହାର ବିଧାନସଭାରେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ମହାମେଣ୍ଟ ସରକାର ଆଜି ବହୁମତ ସାବ୍ୟସ୍ତ କରିବେ। ଏଥିଲାଗି ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଫ୍ଲୋର୍‌ ଟେଷ୍ଟ୍‌ ପୂର୍ବରୁ ବିହାରରେ ନୂ‌ଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ବିହାର ବିଧାନସଭାରେ ବହୁମତ ପରୀକ୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ବିଧାନସଭାକୁ ସମ୍ବୋଧିତ କରୁଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । ଅବିଶ୍ବାସ ପ୍ରସ୍ତାବ ଥିବା ସତ୍ତ୍ବେ ପଦରୁ ଇସ୍ତଫା ଦେଇ ନାହାନ୍ତି ବାଚସ୍ପତି ବିଜୟ ସିହ୍ନା । ବିଜୟ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କରିଥିବା ବେଳେ ଭାଙ୍ଗିଯିବି ପଛେ ନଇଁବି ନାହିଁ ବୋଲି କହିଛନ୍ତି ।ସୂଚନା ଥାଉ କି ଏହା ପୂର୍ବରୁ ଆରଜେଡି ନେତାଙ୍କ ଉପରେ ଚଢ଼ାଉ  କରିଥିଲା ସିବିଆଇ । ଯାହା ଫଳରେ ଆରଜେଡିର ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆଜିର ବହୁମତ ପରୀକ୍ଷାକୁ ନେଇ ଆଜି ବିହାର ରାଜନୀତି ଆହୁରି ସରଗରମ ହୋଇଛି । ବିହାର​‌ରେ ବିଜେପି ଓ ସିପିଆଇ ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।ଆଉ ଅଳ୍ପ ସମୟ ମଧ୍ୟରେ ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏବେ ବିହାର ବିଧାନସଭା ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ବିଧାନସଭା ବାହାରେ ବିଜେପି ଏବଂ ସିପିଆଇର ବିଧାୟକ ମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.