Jai Odisha
News

ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି

ବ୍ରଜରାଜନଗର ୦୩/୦୬:    ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିବ ।  ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ଭିିଭିପାଟ ଗଣତି ଆରମ୍ଭ ହୋଇଛି ।  ପ୍ରତି ଟେବୁଲରେ ୪ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି । ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ପ୍ରତି ଟେବୁଲ୍ରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.