Jai Odisha
News

ଆଜି ଭଙ୍ଗା ହେବ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ,  ୨୮/୦୮ : ନୋଏଡା ସେକ୍ଟର -୩ ଠାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର ଭାଙ୍ଗିବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଅପରାହ୍ନ ୨.୩୦ ମିନିଟରେ ଏହି ଟ୍ୱିନ୍ ଟାୱାରକୁ ଭାଙ୍ଗି ଦିଆଯିବ । ମୁମ୍ବାଇ ସ୍ଥିତ ଏଡଫିସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ସହେଯାଗୀ ଜେଟ୍ ଡିମୋଲିସନ୍ ଏହି ଟ୍ୱିନ ଟାୱାରକୁ ଭାଙ୍ଗିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି ।  ନୋଏଡା ସେକ୍ଟର-୯୩ଏ ଥିବା  ୩୨ ମହଲା କୋଠାର ୨ଟି ବହୁତଳ ବିଶିଷ୍ଟ ତଥା ୧୦୩ ମିଟର ଉଚ୍ଚତାର ଟୁଇନ ଟାୱାରକୁ ଆଜି ଅପରାହ୍ନ ସାଢ଼େ ୨ଟାରେ ବିସ୍ଫୋରଣ କରାଯିବ । ଏହି ଟାୱାରକୁ ବିସ୍ଫୋରଣ କରାଯାଇ ଦୁର୍ନୀତି ରୂପକ ଏକ ବଡ଼କାମକୁ ମାଟିରେ ମିଶାଇ ଦିଆଯିବ । ମାତ୍ର ୧୨ ସେକେଣ୍ଡ ମଧ୍ୟରେ ଏହି ଟାୱାରକୁ ଧୂଳିସାତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ୩୭୦୦ କିଲୋଗ୍ରା ବାରୁଦ ଖଞ୍ଜାଯାଇଛି । କୋଠାରେ ୯,୬୪୦ଟି ସ୍ଥାନରେ ବାରୁଦ ଲଗାଯାଇଛି । ସୁପରଟେକର  ଏମରଲ୍ଡ  କୋର୍ଟଙ୍କ ଏହି ଟୁଇନ ଟୁଇନ ଟାୱାର ଦୀର୍ଘ ଦିନରୁ ନିର୍ମାଣାଧୀନ ଥିଲା ଏବଂ ଏବେ ଏହା ପୂରା ହେବା ପୂର୍ବରୁ ଧୂଳିସାତ ହେବାକୁ ଯାଉଛି ।  ସୁପରଟେକ୍ ଟୁଇନ ଟାୱାରକୁ ବିସ୍ଫୋରଣ କରିବାରେ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଏହି ଖର୍ଚ୍ଚ ବିଲଡର କଂପାନୀ ‘ସୁପରଟେକ’ ବହନ କରିବ । ଏହି ୨ଟି ଟାୱାରରେ ଏବେ ୯୫୦ଟି ଫ୍ଲାଟ ନିର୍ମାଣ ହୋଇଛି । ଏହାକୁ ନିର୍ମାଣ କରିବାରେ ସୁପରଟେକ ୨୦୦ରୁ ଅଧିକ କୋଟି ଟଙ୍କା ଖର୍ଚ୍ଚ କରିଛି ।  ସୁପରଟେକ ଟାୱାର ବିସ୍ଫୋରଣ କରାଯିବା ପୂର୍ବରୁ ସେକ୍ଟର ୯୩ଏରେ ଏମରାଲ୍ଡ କୋର୍ଟ ଏବଂ ଆଖାପାଖର ଏଟିଏସ ଭିଜେଲ ସୋସାଇଟିର ପାଖାପାଖି ୫୦୦୦ ଲୋକଙ୍କୁ ଆଜି ସକାଳ ୭ଟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି । ଏଥି ସହିତ ୩୦୦୦ ବାହନକୁ ହଟାଇ ଦିଆଯାଇଛି । ସେହିପରି ୧୫୦ରୁ ୨୦୦ ପୋଷା ଜୀବଜନ୍ତୁଙ୍କୁ ଦୂର ସ୍ଥାନକୁ ନିଆଯାଇଛି|

Leave A Reply

Your email address will not be published.