Jai Odisha
News

ଆଜି ଭାରତୀୟ ଆଥଲେଟ୍‌ଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୦୭:  ଚଳିତ ଜୁଲାଇ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଥିବା ଭାରତୀୟ ଆଥଲେଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ କନଫେରେନ୍ସ ଜରିଆରେ  କଥାବାର୍ତ୍ତା କରିବେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପୋର୍ଟ୍ସ ଅଥରିଟ ଅଫ ଇଣ୍ଡିଆ ସମସ୍ତ ଆଥଲେଟଙ୍କୁ ଅବଗତ କରାଇ ସାରିଛନ୍ତି । ରାଜ୍ୟଗାଷ୍ଠୀ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ଭାରତୀୟ ଦଳର ଅଧିକାଂଶ ସଦସ୍ୟ ତାଲିମ କାର୍ଯ୍ୟକ୍ରମ ନେଇ ବହୁ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି । ଏଥିରେ ଉଭୟ କ୍ରୀଡ଼ାବିତ୍‍ ଓ ସେମାନଙ୍କ ପ୍ରଶିକ୍ଷକମାନେ ଅଂଶଗ୍ରହଣ କରିବେ। କ୍ରୀଡ଼ାବିତ୍‍ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ। ସେହିପରି କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ସହିତ ମତ ବିନିମୟ କରିବେ । ଭାରତୀୟ ଆଥଲେଟଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିବା ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଛି ।୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବର୍ମିଙ୍ଗ୍‍ହାମ୍‍ରେ ଅନୁଷ୍ଠିତ ହେବ। ଭାରତରୁ ସର୍ବମୋଟ୍‍ ୨୧୫ ଜଣ କ୍ରୀଡ଼ାବିତ୍‍ ୧୯ଟି ବିଭାଗର ୧୪୧ଟି କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.