Jai Odisha
News

ଆଜି ଭାରତ-ଜିମ୍ବାୱେ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା

ହାରାରେ,୨୨/୦୮: ଆଜି ତୃତୀୟ ଦିନିକିଆ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଖେଳାଯିବ ।ଭାରତ-ଜିମ୍ବାୱେ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା ଆଜି । ହରାରେ ସ୍ପୋଟ୍‌ର୍ସ କ୍ଲବରେ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ ଭାରତୀୟ ସମୟ ଅନୁସାରେ ଦିନ ୧୨ଟା ୪୫ରୁ ଏହା ଖେଳାଯିବ । ପ୍ରଥମ ଓ ଦ୍ୱିତୀୟ ମୁକାବିଲାରେ ଭାରତ ଏକତରଫା ଜିତିଥିବାରୁ ଆଜିର ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳାକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିବ ।   ଏହି ମୁକାବିଲାରେ ଭାରତୀୟ ଟିମ ତରଫରୁ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମଦଙ୍କୁ ପଦାର୍ପଣ ପାଇଁ ସୁଯୋଗ ମିଳିପାରେ । ଶାହବାଜଙ୍କୁ ଅକ୍ଷର ପଟେଲଙ୍କ ସ୍ଥାନରେ ସୁଯୋଗ ମିଳିପାରେ । ଏମିତିରେ ରାହୁଲ ତ୍ରିପାଠୀ ମଧ୍ୟ ପଦାର୍ପଣ ପାଇଁ ଅପେକ୍ଷାରେ ଅଛନ୍ତି । କିନ୍ତୁ ତାଙ୍କର ଅପେକ୍ଷା ଆହୁରି ଦୀର୍ଘ ହୋଇପାରେ । କାରଣ ଋତୁରାଜ ଗାଏକ୍ୱାଡ ସୁଯୋଗ ଅପେକ୍ଷାରେ ଅଛନ୍ତି । ଦୀପକ ଚାହର ଓ ଆବେସ ଖାନଙ୍କୁ ମଧ୍ୟ ଟିମ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ ।  ଯୁବ କ୍ରିକେଟର କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ପ୍ରଥମ ମୁକାବିଲାକୁ ଭାରତ ୧୦ ୱିକେଟ ଓ ଦ୍ୱିତୀୟ ମ୍ୟାଚକୁ ୫ ୱିକେଟ୍‌ରେ ଜିତିଥିବାରୁ ମନକୁ ଏବେ ଦୃଢ଼ କରିଛି । ଆଜିର ମ୍ୟାଚରେ ଭାରତୀୟ ଟିମ୍ ପୂରା ଆତ୍ମବିଶ୍ୱାସର ସହିତ ଖେଳିବ ।

ଭାରତ: ଶିଖର ଧାୱନ, ଶୁଭମନ ଗିଲ୍‌, ଋତୁରାଜ ଗାଏକୱାଡ୍‌, ଲୋକେଶ ରାହୁଲ(ଅଧିନାୟକ), ସଞ୍ଜୁ ସାମସନ/ଇଶାନ କିଷନ, ଦୀପକ ହୁଡ଼ା, ଅକ୍ଷର ପଟେଲ, ସର୍ଦୁଲ ଠାକୁର/ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଶ ଖାନ ।

ଜିମ୍ବାୱେ: ତାକୁଡନାଶେ କାଇଟାନୋ, ତଡିବନାଶୋ ମାରୁମାନି, ଇନୋସେଣ୍ଟ କାଇଆ, ୱେସଲି ମଧେବୀରେ, ସିକନ୍ଦର ରାଜା, ରେଜିସ ଚକାବା(ଅଧିନାୟକ), ରିୟାନ ବର୍ଲ/ ଟୋନି ମୁନୟୋଙ୍ଗା, ଲ୍ୟୁକ ଜଙ୍ଗୱେ, ବ୍ରାଡ୍‌ ଏବନ୍ସ, ଭିକ୍ଟର ନ୍ୟାଓଜି, ଟନକା ଚିବାଙ୍ଗା

Leave A Reply

Your email address will not be published.