Jai Odisha
News

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦

ମୁମ୍ବଇ,୩।୧:  ଦିନିକିଆ ବିଶ୍ବକପ୍‌ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାରଠାରୁ ଏହାର ୨୦୨୩ ଅଭିଯାନ ଆରମ୍ଭ କରିବ। ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଭାରତୀୟ ଦଳର ତିନି ପ୍ରମୁଖ ତାରକା ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବାକୁ ଯାଉଛି। ହାର୍ଦିକଙ୍କୁ ଭାରତର ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ କରାଯିବା ଦିଗରେ ମଧ୍ୟ ଏହି ଶୃଙ୍ଖଳା ନିର୍ଣ୍ଣାୟକ ହେବ। ତାଙ୍କ ନେତୃତ୍ବରେ ଭାରତ ‌କେତେ ନିର୍ଭୟରେ ଖେଳୁଛି ତାହା ଦେଖିବାକୁ ପଡ଼ିବ। ୨୦୨୩ ଦିନିକିଆ ବିଶ୍ବକପ୍‌ର ବର୍ଷ ହୋଇଥିବାରୁ ଭାରତକୁ ଆରମ୍ଭରୁ ପ୍ରସ୍ତୁତି କରିବାକୁ ପଡ଼ିବ । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ଟ୍ବେଣ୍ଟି୨୦ ଓ ପରେ ଦିନିକିଆ ଶୃଙ୍ଖଳା ଘରୋଇ ମାଟିରେ ଭାରତ ଖେଳିବାକୁ ଯାଉଛି । ମଙ୍ଗଳବାର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ସହ ଭାରତ ୨୦୨୩ରେ ଅଭିଯାନ ଆରମ୍ଭ କରିବ । ଦଳର ନେତୃତ୍ବ ନେବେ ହାର୍ଦିକ ପାଣ୍ଡ୍ୟା । ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ହାର୍ଦିକଙ୍କୁ ପୂର୍ଣ୍ଣକାଳୀନ ଟି୨୦ ଅଧିନାୟକ କରିବାକୁ ବିସିସିଆଇ ଯୋଜନା କରିଛି । ପୁଣି କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି; ଯେଉଁମାନେ ଭବିଷ୍ୟତରେ ଟି୨୦ ଦଳରେ ରହିପାରନ୍ତି।ଈଶାନ କିଶନ, ଋତୁରାଜ ଗାଏକ୍ବାଡ ଭାରତୀୟ ଦଳର ପାଳି ଆରମ୍ଭ କରିବା ସ‌ୁଯୋଗ ପାଇବେ। ଆଦୌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିନଥିବା ଶୁବମନ ଗିଲ୍‌ ମଧ୍ୟ ହାର୍ଦିକଙ୍କ ପାଇଁ ଅନ୍ୟତମ ଓପନିଂ ବିକଳ୍ପ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା ନିଶ୍ଚିତ ମଧ୍ୟକ୍ରମରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବେ। କିଶନ ଥିଲେ ମଧ୍ୟ ସଂଜୁ ସାମସନ୍ ୱିକେଟରକ୍ଷଣ ଦାୟିତ୍ବ ତୁଲାଇବେ।

ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍‌, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ୍‌, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଦସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷଶାଣା, ଦିଲସାନ ମଧୁଶଙ୍କା, ଲାହିରୁ କୁମାରା।

Leave A Reply

Your email address will not be published.