Jai Odisha
News

 ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ବାର୍ବାଡୋସ୍‌ ,,୨୭।୭:  ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ।ଭାରତୀୟ କ୍ରିକେଟ ଦଳ ଟେଷ୍ଟ ସିରିଜ ଜିତିବା ପରେ ୱାନ ଡେ’ ସିରିଜ ପାଇଁ ପ୍ରସ୍ତୁତ ଅଛନ୍ତି । ସିରିଜର ପ୍ରଥମ ମୁକାବିଲା ୨୭ ଜୁଲାଇରେ ବାରବାଡୋସର କେସିଙ୍ଗଟନରେ ଖେଳାଯିବ । ଗୁରୁବାର ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ୩ ମ୍ୟାଚ୍‌ର ଶୃଙ୍ଖଳା ଘରୋଇମାଟିରେ ଦିନିକିଆ ବିଶ୍ବକପ୍‌ ଲାଗି ଅଭ୍ୟାସ ଭାବେ ବ୍ୟବହାର କରିବ ଭାରତ। ଦୁର୍ଭାଗ୍ୟବଶତଃ ୱେଷ୍ଟଇଣ୍ଡିଜ୍‌ ପ୍ରଥମଥର ବିଶ୍ବକପ୍‌ ଖେଳିବ ନାହିଁ।  ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଯଦିଓ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ। ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଚାହିବ।ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦ୍‌ରେ ଖେଳାଯିବ। ଏହି ଶୃଙ୍ଖଳା ଜରିଆରେ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍‌ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ।

ଭାରତୀୟ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସଞ୍ଜୁ ସାମସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ।

ୱେଷ୍ଟଇଣ୍ଡିଜ୍‌ ସମ୍ଭାବ୍ୟ ୧୧: ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ଅଲିକ୍‌ ଅଥାନାଜ୍‌, ସାଇ ହୋପ୍‌ (ଅଧିନାୟକ), ସିମ୍ରନ ହେଟମେୟର, ରୋଭମାନ ପାୱେଲ, ରୋମାରିଓ ସେଫର୍ଡ, ଅଲଜାରି ଯୋସେଫ୍‌, କେଭିନ୍‌ ସିନକ୍ଲେର, ଗୁଦାକେଶ ମୋତି, ଓସାନେ ଥୋମାସ୍‌।

Leave A Reply

Your email address will not be published.