Jai Odisha
News

ଆଜି ମହାରାଣୀ ଏଲିଜାବେଥ-୨ଙ୍କ ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,  ୧୯/୦୯: ଆଜି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ରାଜକୀୟ ସମ୍ମାନ ସହିତ ସମ୍ପନ୍ନ ହେବ ।ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ପାଖାପାଖି ୫୦୦ ପ୍ରତିନିଧି ଏବଂ ଭିଆଇପି ବିଶ୍ୱର ବିଭିନ୍ନ ଦେଶରୁ ସାମିଲ ହେବେ । ଲଣ୍ଡନର ୱେଷ୍ଟମିଷ୍ଟର  ବବେରେ  ମହରାଣାୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି । ଏହାର ଲାଇଫ୍ ପ୍ରସାରଣ ହେବ । ଏଥି ପାଇଁ ବିଭିନ୍ନ ପାର୍କରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି । ଏହାସହ ଅନେକ ସିନେମା ହଲ୍‌ ବି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ପ୍ରସ୍ତୁତି  ଲଗାଯାଇଛି। ସୂଚନା ଯେ, ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ୮ ସେପ୍ଟେମ୍ୱରରେ ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାଷ୍ଟଲରେ ୯୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ମହାରାଣୀଙ୍କ ପାର୍ଥିବ ଶରୀର ୱେଷ୍ଟମିନଷ୍ଟର ହଲ୍‌ରେ ରଖାଯାଇଛି ଏବଂ ତାଙ୍କର ଅନ୍ତିମ ସଂସ୍କାରର ନୀତି ନିୟମ ସୋମବାର ସକାଳ ୱେଷ୍ଟମିନଷ୍ଟର ଏବବେରେ ହେବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ୪୪ରେ ମହାରାଣୀ ଏଲିଜାବେଥ-୨ଙ୍କ ତାବୁତ ପେଲେସ ଅଫ ୱେଷ୍ଟମିଷ୍ଟର ରୁ ବେଷ୍ଟମିଷ୍ଟର ଏବ୍‌ବେ ପର୍ଯ୍ୟନ୍ତ ନିଆଯିବ । ଏହା ପରେ ପୂର୍ବାହ୍ନ ୧୧ଟାରେ ୱେଷ୍ଟମିଷ୍ଟର ଏବ୍‌ବେରେ ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ଶୋକଯାତ୍ରା ବହାରିବ । ୧୧ଟା ୫୫ରେ ୨ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବ । ଏହାପରେ ଅପରାହ୍ନ ୧୨ଟା ୧୫ରେ ସର୍ବସାଧାରଣ ଯାତ୍ରା ବାହାରିବ । ବ୍ରିଟେନ ରାଣୀ କ୍ବିନ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରିଟେନ ଗସ୍ତରେ ଯାଇ ଗତକାଲି ଲଣ୍ଡନରେ ପହଞ୍ଚିଥିବା ରାଷ୍ଟ୍ରପତି ମୁର୍ମୁ ୱେଷ୍ଟମିନିଷ୍ଟର ହଲରେ ରାଣୀ ଏଲିଜାବେଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କରାଯିବ। ରାଷ୍ଟ୍ରପତି ମୁର୍ମୁ ଏହି ସମୟରେ ଉପସ୍ଥିତ ରହିବେ।  ରାଷ୍ଟ୍ରପତିଙ୍କ ସହିତ ବିଦେଶ ସଚିବଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

 

Leave A Reply

Your email address will not be published.