Jai Odisha
News

ଆଜି ମହାଶିବରାତ୍ରୀ,ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି

କଟକ ,୦୧।୦୩ : ଆଜି ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ଚଳଚଞ୍ଚଳ  ରାଜ୍ୟର ଶୈବପୀଠ।କରୋନା କଟକଣାରେ ମହାଶିବରାତ୍ରି ପାଳିତ ହେଉଛି।  ପବିତ୍ର ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳଚହଳ  ହୋଇଉଠିଥିବାର ପରିଲକ୍ଷିତ ହୋଇଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଛି।  ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, ପୁରୀସ୍ଥିତ ଲୋକନାଥ, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ରଶେଖର, ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣି ଓ ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ଶିବରାତ୍ରି ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି।  ଏସବୁ ସ୍ଥାନରେ କୋଭିଡ ନିୟମ ମାନି ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି। ହେଲେ  କଟକ ଜିଲ୍ଲାର ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ରହିଥିବାର ସେଠାକାର ପରିବେଶ ଖାଁଖାଁ ରହିଛି।

Leave A Reply

Your email address will not be published.