Jai Odisha
News

ଆଜି ମୁହାଁମୁହିଁ ଗୁଜରାଟ ଓ ଚେନ୍ନାଇ

ଅହମ୍ମଦାବାଦ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଫାଇନାଲ ମ୍ୟାଚରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇଁ ଗୁଜରାଟ ବ୍ୟାଟିଂ କରିବ।ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନ ଗୁଜୁରାଟକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିବ । ସିଏସ୍‌କେ ଦଳରେ କୌଣସି ପରିବର୍ତ୍ତନ ନାହିଁ । ଗୁଜୁରାଟ ମଧ୍ୟ ଫାଇନାଲ ମ୍ୟାଚ୍ ପାଇଁ ଦଳରେ କୌଣସି ପରିବର୍ତ୍ତନ କରିନାହିଁ  | ରବିବାର ଫାଇନାଲ ମ୍ୟାଚ ଥିବା ବେଳେ ବର୍ଷା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳରେ ରିଜର୍ଭ ଦିବସ ସୋମବାର ଫାଇନାଲ ମ୍ୟାଚ ଖେଳାଯାଉଛି।ତେବେ ଆଜି ସଂପୂର୍ଣ୍ଣ ମ୍ୟାଚ୍ ହେବ ଏବଂ ଆଇପିଏଲ୍ ଚାମ୍ପିଅନ୍ ମିଳିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଏପର୍ଯ୍ୟନ୍ତ ୪ ଥର ଆଇପିଏଲ୍ ଟାଇଟଲ୍ ଜିତିଛି, ଅନ୍ୟପକ୍ଷରେ ଗୁଜୁରାଟ ଥରେ ଟାଇଟଲ୍ ଜିତିବାରେ ସଫଳତା ପାଇଛି। ଆଜି ଯଦି ଗୁଜୁରାଟ ଦଳ ଟାଇଟଲ ଜିତିବାରେ ସଫଳ ହୁଏ, ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଇତିହାସରେ କେବଳ ତୃତୀୟ ଅଧିନାୟକ ହେବେ, ଯିଏ କ୍ରମାଗତ ୨ ସିଜନରେ ତାଙ୍କ ଦଳ ପାଇଁ ଟାଇଟଲ ଜିତିବେ।

Leave A Reply

Your email address will not be published.