Jai Odisha
News

ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବାରିପଦା,୧୨/୦୮:ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ |ଦୀର୍ଘ ୨୯ ବର୍ଷ ପରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକ୍‌ର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ଜିଲ୍ଲା ବିଜେଡ଼ି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ସକାଳ ୯ଟା ୫୦ମିନିଟରେ ନବୀନ ନିବାସରୁ ବାହାରି ବିଜୁପଟ୍ଟନାୟକ ବିମାନ ବନ୍ଦର ଯିବେ । ସେଠାରୁ ଦିନ ୧୦ଟା ସମୟରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୧ଟା ୧୦ମିନିଟ ସମୟରେ ଅବତରଣ କରି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ମଞ୍ଚକୁ ଯିବେ । ସେଠାରେ ଡିଜିଟାଲ ମୋଡରେ (ଭିଡିଓ କନଫରେନ୍‌ସିଂ ଯୋଗେ) ଦେଓ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଉନ୍ନୟନ ମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ଦିନ ୧୧ଟା ୫୦ ସୁଦ୍ଧା କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି ।

Leave A Reply

Your email address will not be published.