Jai Odisha
News

ଆଜି ରକ୍ଷାବନ୍ଧନ , ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବ

ପୁରୀ ୧୧/୦୮:ଆଜି ରକ୍ଷାବନ୍ଧନ , ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବ|  ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ, ଉତ୍ସାହ ଓ ଆଡ଼ମ୍ବରରେ ପାଳିତ ହୁଏ । ରୀତିନୀତି ଓ ବିଧିବିଧାନ ଅନୁସରଣରେ ବଡ଼ଠାକୁରଙ୍କ ଜନ୍ମ ପାଳନ ଶ୍ରୀଜୀଉଙ୍କ ମାନବୀୟ ଲୀଳାର ସୁନ୍ଦର ପ୍ରକାଶ । ଭାରତରେ ଏହି ପର୍ବକୁ ହିନ୍ଦୁଧର୍ମାବଳମ୍ବୀମାନେ ଗୁରୁତ୍ୱର ସହିତ ପାଳନ କରିଥାନ୍ତି । ଧର୍ମଶାସ୍ତ୍ର ଅନୁସାରେ ରକ୍ଷାବନ୍ଧନର ପର୍ବ ଶ୍ରାବଣ ପୂର୍ଣ୍ଣିମା ଦିନ ଆୟୋଜିତ ହୋଇଥାଏ । ଏହି ଦିନରେ ଭଉଣୀମାନେ ଭାଇଙ୍କ ଶୁଭକାମନା କରି ରକ୍ଷା ସୂତ୍ର ବାନ୍ଧିଥାନ୍ତି ଏବଂ ତାଙ୍କର ମଙ୍ଗଳମୟ ଜୀବନ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ଏହା ପରେ ଭାଇ ମଧ୍ୟ ଭଉଣୀର ରକ୍ଷା ପାଇଁ କଥା ଦେଇଥାନ୍ତି ଏବଂ କିଛି ଉପହାର ମଧ୍ୟ ଦେଇଥାନ୍ତି ।  ଦ୍ୱାପର ଯୁଗରେ କୃଷ୍ଣ-ବଳରାମ ଅବତାର ନେଇ ଦୁଷ୍ଟ ଶକ୍ତିକୁ ଦମନ କରି ସୃଷ୍ଟି ରକ୍ଷା କରିଥିଲେ ଅବତାରୀ ଶ୍ରୀଜଗନ୍ନାଥ । ରୋହିଣୀ ନନ୍ଦନ ଭାବେ ବଳରାମଙ୍କ ଜନ୍ମ ଆଧାରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୁଏ । କୃଷ୍ଣତ୍ୱ ଓ ରାମତ୍ୱ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଆରୋପିତ ହୋଇଛି ଓ ଏହାର ଉଜ୍ଜ୍ୱଳ ପ୍ରକ୍ଷାପନ ହିଁ ଶ୍ରୀ ବଳଭଦ୍ର ଜନ୍ମ । ସୃଷ୍ଟିରେ ସକଳ ଜୀବଙ୍କ କାମନାକୁ ପୂର୍ଣ୍ଣ କରୁଥିବା କାମପାଳ-ବଳଦେବ ହଳ ଓ ମୂଷଳକୁ ଆୟୁଧ ଭାବେ ଗ୍ରହଣ କରି କର୍ମବାଦର ଚେତନାକୁ ବିସ୍ତାରିତ କରି ଆସିଛନ୍ତି । କର୍ମ ହିଁ ଜୀବନର ଆଧାର ଓ ଏହି ଭାବାବେଗକୁ ସ୍ପଷ୍ଟ କରିଛନ୍ତି ଶ୍ରୀବଳଭଦ୍ର ମହାପ୍ରଭୁ ।ଏଥିସହ ଶ୍ରାବଣ ପୂର୍ଣ୍ଣିମାର ଏହି ପବିତ୍ର ଦିବସରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୁଏ ।

 

Leave A Reply

Your email address will not be published.