Jai Odisha
News

ଆଜି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା

ପୁରୀ, ୦୬/୦୬: ରଥଯାତ୍ରା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରିବାକୁ ସୋମବାର ପୁରୀ ସ୍ୱତନ୍ତ୍ର ସର୍କିଟ୍‌ ହାଉସରେ ସଭା ଡକାଯାଇଛି । ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ରଥଯାତ୍ରା ସହ ଯୋଡି ରହିଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡକାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି । ଗତ ବୈଠକରେ ସ୍ନାନଯାତ୍ରା ପୂର୍ବରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ପ୍ରସ୍ତୁତି ଟାର୍ଗେଟ ଉପରେ ଆସନ୍ତା କାଲିର ବୈଠକରେ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.