Jai Odisha
News

ଆଜି ରାଷ୍ଟ୍ରପତିଙ୍କ ଗସ୍ତର ଦ୍ବିତୀୟ ଦିନ,ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ,,୫ା୫: ରାଇସିନା ହିଲରୁ ଆସି ରାଇରଙ୍ଗପୁରରେ ରାଷ୍ଟ୍ରପତି । ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବ‌ାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି ସକାଳେ ଜଳଖିଆ ଖାଇ ଘରୁ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।ଗସ୍ତର ଦ୍ବିତୀୟ ଦିନରେ ଆଜି ଶିବ ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କଲେ ମହାମହିମ । ରାଷ୍ଟ୍ରପତିଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ। ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ପରିସରରେ ଥିବା ଲୋକମାନଙ୍କ ସହ ଭେଟିଥିଲେ ରାଷ୍ଟ୍ରପତି। ଏଥିପାଇଁ ଉତ୍ସବମୁଖର ମୟୂରଭଞ୍ଜର ଦାଣ୍ଡବୋଷ ଗାଁ। ଏହାପରେ ହେଲିକେପ୍ଟର ଯୋଗେ ଯଶିପୁର ପହଞ୍ଚି ସେଠାରୁ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇ ବିଭିନ୍ନ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ମହାମହିମଙ୍କ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ଶିମିଳିପାଳ । ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ପର୍ଯ୍ୟଟକଙ୍କ ନିମନ୍ତେ ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରଖାଯାଇଛି । ଶିମିଳିପାଳରୁ ଫେରିବା ପରେ ଯଶିପୁର ହେଲିପ୍ୟାଡରୁ ସିଧାସଳଖ ସନ୍ଧ୍ୟା ୫ଟା ୧୫ ବାରିପଦା ପହଞ୍ଚି ରାତ୍ରି ଜାପନ କରିବେ ରାଷ୍ଟ୍ରପତି । ସେଠାରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ହେଲିକପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଲେ। ପ୍ରାୟ ୧୦ଟା ୨୫ ମିନିଟ୍‌ରେ ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲିବାକୁ ବାହାରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାଳିଆମି ଗେଟ୍‌ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିଲେ। ସେଠାରେ ସେ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମଙ୍କ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ଶିମିଳିପାଳ । ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ପର୍ଯ୍ୟଟକଙ୍କ ନିମନ୍ତେ ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରଖାଯାଇଛି । ଶିମିଳିପାଳରୁ ଫେରିବା ପରେ ଯଶିପୁର ହେଲିପ୍ୟାଡରୁ ସିଧାସଳଖ ସନ୍ଧ୍ୟା ୫ଟା ୧୫ ବାରିପଦା ପହଞ୍ଚି ରାତ୍ରି ଜାପନ କରିବେ ରାଷ୍ଟ୍ରପତି ।

Leave A Reply

Your email address will not be published.