Jai Odisha
News

ଆଜି ଶ୍ରୀବିଗ୍ରହଙ୍କ ଦୁର୍ଲଭ ପଦ୍ମ ବେଶ,ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ୦୨।୦୨: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ । ଏଣୁ ଆଜି ଶ୍ରୀମନ୍ଦିରରେ ଅଧିକ ସଂଖ୍ୟକ ଭକ୍ତ ଆସିପାରନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୁରୁବାର ପ୍ରତ୍ୟୁଷରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମମୁଖ ଦର୍ଶନ କରିବେ । ସଦ୍ୟ ପଦ୍ମ ପ୍ରସ୍ଫୁଟିତ ରତ୍ନସିଂହାସନ ରୁପକ ପୁଷ୍କରିଣୀରେ ହଂସରାଳି ଖେଳୁଥିବେ । ବିଶାଳ ପଦ୍ମର କେଶର ଭାଗରେ ଶୋଭାପାଉଥିବ କଳା ଶ୍ରୀମୁଖ । ପଦ୍ମ ବେଶରେ ଶ୍ରୀବିଗ୍ରହ ରତ୍ନସିଂହାସନରେ ପହୁଡ଼ ହୋଇଥାନ୍ତି । ଗୁରୁବାର ସକାଳେ ବେଶରେ ଥାଇ ଠାକୁରଙ୍କ ମଙ୍ଗଳାଳତି ବଢିବ । ଖିରି ଅମାଲୁ ଭୋଗ ଲାଗିବ । ସୋଲ, ବାଉଁଶ, ବେତ, ଜରି, ସନ୍ତରାପଟ, କନା ଆଦି ସାମଗ୍ରୀ ସହ ପ୍ରାକୃତିକ ଉପକରଣ ହିଙ୍ଗୁଳ, ହରତାଳ, ଦୀପକଳା ଓ କଇଁଥ ଅଠା ବ୍ୟବହାର କରାଯାଉଛି । ଏଥର ବୁଧବାର ହେତୁ ସବୁଜ ଓ ନାଲି କନା ବ୍ୟବହାର ହେବ । ୩ଟି ଶ୍ରୀମୁଖ ପଦ୍ମ, ୮୦ ଟି ପଦ୍ମଫୁଲ ଓ ଆମ୍ବକସୀ, ୭ଟି ଗଛ, ୪ଟି ହଂସ, ଚୁଳ, କୁଣ୍ଡଳ, ତିଲକ ଆଦି ତିଆରି ହେଉଛିି । ପଦ୍ମକଢରେ ତିଆରିହେବ କରପଲ୍ଲବ । ତାପାଖକୁ ପଦ୍ମ ଗଛ ଥିବ । ଶ୍ରୀମୁଖ ପଦ୍ମକୁ ଲାଗି ମଧ୍ୟ ଗଛ ରହିଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ୩ଟି କରି ପଦ୍ମ ଗଛ ଓ ଦେବୀ ସୁଭଦ୍ରାଙ୍କ ଗୋଟିଏ ଗଛ ରହିବ । ଠାକୁରଙ୍କ ପାଦପଦ୍ମ ନିକଟରେ ହଂସ ଖେଳୁଥିବେ ।ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ । ମାଘ ମାସ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ ।

 

 

 

 

Leave A Reply

Your email address will not be published.